କପାଳ ମୋହର ପୋଡା
ଜୀବନ ତୁମର ନବ ପଲ୍ଲବୀତ
ମୋ ଜୀବନ ପତ୍ରଝଡା ।।
ଦେହରେ ତୁମର ନୂଆ ପୋଷାକର
ଅପରୂପା ଶୋଭା ଜାଗେ
ସାତସିଆଁ ଲୁଗା ଲୁଚେଇ ପାରେନା
ଲାଜ ଉଭା ମୋର ଆଗେ ।।
ତୁମ ପେଟ ପୂରେ ଭୁରି ଭୋଜନରେ
ମୋ ପେଟରେ ଡିଏଁ ମୂଷା
ପଖାଳ ମୁଠାଏ ମିଳେନାହିଁ ମୋତେ
ଉଡୁ ଥିଲାବେଳେ ହଂସା ।।
ତୁମପାଇଁ ଏଠି ବଜାରଟା ସାରା
ମିଳେ ଅସୁମାରୀ ଖୁସି
ଲୁହ ପିଇ ପିଇ ଶୁଖିଲା ଓଠ ମୋ
ଅବସାଦେ ଉଠେ ହସି ।।
ବରଷକେ ଥରେ ରଜ ଆସେ ମୋର
ତୁମର ତ ସବୁଦିନ
ତୁମପାଇଁ ଆଣେ ଖୁସୀର ଫୁଆରା
ମୋ ଗାଲେ ଲୁହର ଚିହ୍ନ ।।
ପରବ ବୋଲିକି ଗରବ ତୁମର
ମୋ ପାଇଁ ତା ମାନେ ନାହିଁ
ତୁମ ପାଇଁ ଯାହା ବତର ବତର
ମୋ ପାଇଁ ଟାଙ୍ଗରା ଭୂଇଁ ।।
ସବୁଦିନ ଏଠି ଏକାପରି ମୋର
ମୁଁ ଗୋଟେ ଗରିବ ପିଲା
ହିସାବ ରଖେନି କୋଉ ପରବଟା
କେବେ ଆସି କେବେ ଗଲା ।।
ବାଲିକୁଦା, ଜଗତସିଂହପୁର
