ରହିଛି ଵାଵା ହେ ଚାହିଁ - ଜିତେନ୍ଦ୍ର ସାହୁ

0
ମନ୍ଦିର ମୁଁ ଯାଇ ଦରଶନ ପାଇଁ
ରହିଛି ବାବା ହେ ଚାହିଁ,
ନିଦ୍ରା ଭଙ୍ଗକର ଖୋଲିଣ ଦୁଆର
ପୂଜିବି ପୟରେ ମୁହିଁ,,।।
ଭାବ ଭକତିରେ ବେଲ ପତରରେ
ସଜେଇ ଦେବି ଯତନେ,
ପଞ୍ଚାକ୍ଷରି ମନ୍ତ୍ରେ କଞ୍ଚାକ୍ଷୀର ଢାଳି
ଶକତି ନିହିତ ସ୍ଥାନେ,,।।
ଚାହିଁବି ମୁଁ କ୍ଷଣେ ବ୍ୟାକୁଳ ନୟନେ
ଜଟାଧାରୀ ରୂପଟିକୁ,
ଭସ୍ମବୋଳା ଦେହ ଗଙ୍ଗାଙ୍କ ପ୍ରବାହ
ସର୍ପ ବନ୍ଧା ଗଳାଟିକୁ,,।।
ସମଗ୍ର ସୃଷ୍ଟିର ଅନିଷ୍ଟକାରୀର
ସଂହାର ନିୟନ୍ତା ତୁମେ,
ଦେବଙ୍କର ଦେବ ପ୍ରଭୁ ମହାଦେବ
ବିରାଜିତ ସବୁ ଧାମେ,,।।
ଘେନ ମୋ ଭକତି କରୁଛି ପ୍ରଣତୀ
ପାପ ହରି ଦିଅ ମୁକ୍ତି,
ଜନମ ମୃତ୍ୟୁର ମହାକାଳେଶ୍ଵର
ମୃତ୍ୟୁଞ୍ଜୟ ମହାଶକ୍ତି,,।।




ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)