ଆସିବି ପୂନେଇଁ ଦିନ
ପ୍ରଦୀପ ଜଳାଇ ଅପେକ୍ଷାରେ ଥିବ
ବୁଝିଚି ତୁମରି ମନ
ମନତଳ ସେଇ ଗୋପନ କଥାଟା
କହିବାକୁ ଅଛି ବାକି
ପ୍ରବାସ ଜୀବନ ଅତୀବ ଦାରୁଣ
ସ୍ମୃତି ଏକା ଚିର ସାଥି
ଡେରି ଯଦି ହୁଏ ଟିକେ ଅବା ମୋର
ରୁଷିବନି ଆଗୋସଖି
ରାଣ ମୁଁ' ଖାଉଚି ଆସିବା ପାଇଁକି
ଜହ୍ନକୁ ରଖିଲି ସାକ୍ଷୀ
ଜହ୍ନ ଆଲୁଅରେ ଭିଜା ଜୋଛନାରେ
ଗାଇବା ପ୍ରେମର ଗୀତି
ଛାତିପରେ ମୋର ତୁମମଥା ରଖି
ବିତେଇବା ସାରାରାତି....
ସନ୍ତୋଷ ପଟ୍ଟନାୟକ,
ବେଗୁନିଆପଡା, ବ୍ଳକ ,ତିରିଡା଼, ଗଞ୍ଜାମ
