ବୈଶାଖର ଝାଞ୍ଜି ତମେ ଅନୁରାଗୀ
ଚଇତି ବୁକୁରେ ଶରତ ଛୁଆଁ
ଜ୍ୟେଷ୍ଠର ନିଦାଘେ ଶୀତଳ ସମୀର
ଛୁଇଁଗଲେ ଦେହେ ଲାଗଇ ନିଆଁ !
ବିନା ଶ୍ରାବଣରେ ଅବିରତେ ଝରେ
ଅମାନିଆ ହୋଇ ଆଖିର ଲୁହ
ସହି ସାରିଲିଣି ହଜାରେ ବସନ୍ତ
ତଥାପି ତୁଟିନି ଫଗୁଣ ମୋହ !
ସପନରେ ହଜି ଖୋଜୁଛି ତୁମକୁ
ଅବସାନ ନାହିଁ ଅପେକ୍ଷା ମୋର
ଅବୁଝା ଏ ମନ ଭାବନାରେ ବୁଡି
ଖୋଜୁଛି ଗୋ ପ୍ରିୟା ଠିକଣା ତୋର !
ନିର୍ଜନ ପଥକୁ ଆପଣେଇ ତମେ
ମୋଠାରୁ ଦୂରେଇ କେମିତି ରୁହ
ନିତି ମୁଁ ଜଳୁଛି ବିରହ ନିଆଁରେ
ଅର୍ଦ୍ଧଦଗ୍ଧ ହିଆ ଛାଡୁନି ମୋହ !
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ
ଅନୁରାଗୀ - ପବିତ୍ର କୁମାର ନାୟକ
May 04, 2018
0
