ମୁଁ ତୁମ ରବିକର
ତୁମେତ ତଟିନୀ
କୁମୁଦ କଳିକା
ଶରଦଶଶୀ ମୁଁ
ତାରାଭରା ଆକାଶର ॥
ତୁମେତ ସୁନ୍ଦରୀ ମୟୂରୀ
ଘଞ୍ଚ ବନାନୀର କୋଳେ
ତୁମରି ପ୍ରଣୟ
ଆତୁର ବିଧୁର
ନୀଳମେଘ ମୁଁ ଯେ
ଉଡେ ଶୁନ୍ୟେ ଶୂନ୍ୟାକାରେ ॥
ତୁମେ ତ ଉଜ୍ଜଳ ତାରକା
ରାତିଭରା ଅମ୍ବରର
ମୁଁ କଳାମୟ
ନିଥର ନିଶ୍ଚଳ
ସେ ନୀଳ ଗଗନେ
ତୁମକୁ କରିଛି କୋଳ ॥
ତୁ ସାତରଙ୍ଗ ଇନ୍ଦ୍ରଧନୁ
ମେଘମାଳା ବୁକୁ ପରେ
ତୁ ଶୀତଶିକ୍ତ
ଝିପିଝିପି ବର୍ଷା
ତୁ ତ ବିଜୁଳି
ମୋ ମନ ମୁକୁରରେ ॥
ଫେନିଳ ଲହରୀ ମାଳା ଗୋ
ତୁମେ ମୋ ଜୀବନର
ମୁଁ ଅନନ୍ତମୟ
ପ୍ରଣୟ ପିପାଷୁ
ସୀମାହୀନ ଏଇ
ଶୁଭ୍ର ନୀଳ ପାରାବାର ॥
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,
ମଙ୍ଗଳାଯୋଡି, ଖୋରଧା
0 Comments
You can write now your valuable comments here. Off-topic comments may be removed or deleted without prior notice.