ମାଆ - ସନ୍ତୋଷ ପଟ୍ଟନାୟକ

0
ମାଆର ପଣତ
ଶ୍ରୀମନ୍ଦିର ନେତ
ଜଗତେ ତୁଳନା ନାହିଁ....
ମାଆ ମମତାର
ସେନେହ ପାଉଣା
କେ'ଅବା ପାରିବ ଦେଇ...

ମା'ହୃଦେ ଭରା
ଅମୃତର ଧାରା
ମୁଖେସଦା ମିଷ୍ଟଭାଷା
ସ୍ନେହ,ପ୍ରେମ,ଶ୍ରଦ୍ଧା
ଏକଡୋରେ ବନ୍ଧା
ମାନସିକ ତେରଓଷା....

ମାଆ ଅଟେ ମାଟି
ମାଆ ପୁଣି ସୃଷ୍ଟି
ଏହାହିଁ ନିଚ୍ଛକ ସତ୍ୟ,,,
ମାଆ ଛଡ଼ା ଏହି
ଚରାଚର ବିଶ୍ବେ
କେ ବୁଝିବ ଅନ୍ତର କ୍ଷତ...!!




ବେଗୁନିଆପଡା଼ ବ୍ଳକ, ତିରିଡା଼ ଗଞ୍ଜାମ

Post a Comment

0Comments
Post a Comment (0)