ଭାବିଥିଲି ମନ ଇଚ୍ଛା
ଖର୍ଚ୍ଚ କରିବି
ମୋ ପାଖରେ ଥିବା
ସଞ୍ଚିତ ପ୍ରେମରୁ...
ଦୁନିଆଁ ର ସବୁ ସୁଖ
କିଣି ଦେବି
ଏଇ ମୋର
ସଂକ୍ଷିପ୍ତ ଆୟୁଷ ରୁ...
ହେଲେ ଭାଗ୍ୟ ତ
ଖୁଣ୍ଟି ନେଇଛି
ସବୁତକ ଖୁସି
ଏଇ ମୋ ଜୀବନରୁ...
ନିସର୍ତ୍ତ ଜୀବନ
ଜିଇଁବାର ଇଚ୍ଛା ବି
ଦୂରେଇ ଯାଉଛି
ଏବେ ମୋ ପାଖରୁ...
ଦେଖ ବୁନ୍ଦା ବୁନ୍ଦା
ଝରିପଡୁଛି ଭୟ ସବୁ
ଏଇ ମୋ ଆଖିରୁ...
କଣ କରିବି ?
ଚେଷ୍ଟା କରିବି
ମୁକୁଳି ପାରୁନି ମୁଁ
ମିଛ ସମ୍ପର୍କ ଭିତରୁ...
ଘୁଣ ଖାଇଥିବା
କିଛି ଅନୁଚ୍ଚାରିତ ଶବ୍ଦ
ସନ୍ଧି କରିଥିବା
କିଛି ଦୁର୍ବଳ ସମୟ
ମୋତେ ହା ହା କରି
ଭିଡି ଧରିଛି ପଛରୁ...




ଗୋପାଳ ଚନ୍ଦ୍ର ସାଓ
ଦେଉଳି, ବାରିପଦା, ମୟୂରଭଞ୍ଜ