ମୋ କବିତାର ଶେଷ ଦୁଇ ଧାଡି - ଗୋପାଳ ଚନ୍ଦ୍ର ସାଓ

0
ମୋ ଦରଦୀ ଭାଷା କୁ
ତୁମେ ବୁଝିପାରିଲନି
ମୋ ମନ ର କବିତା କୁ
ତୁମେ ସମୀକ୍ଷା କଲ ନି
ଭାବିଥିଲି କିଛି କହିବ
ହେଲେ କହିଲନି
ଧିରେ ଧିରେ ଆଖିରେ
ଆଙ୍କି ହେଲା
ବୟସ ର ବୁଢିଆଣି ଜାଲ
ହାତ ଛାଡି ଦେଲା ସବୁ ସ୍ମୃତି
ସାଙ୍ଗ ଦେଲାନି ଆତ୍ମ ବିଶ୍ୱାସ
ଧିକ୍କାର କଲା ପ୍ରତୀକ୍ଷା
ଛନ୍ଦି ହେଇଗଲା
ଯେ ସବୁ ଇଚ୍ଛା
ଚାହୁଁ ଚାହୁଁ ଶୂନ୍ୟତାର ପାହାଚରେ
ଶୁଭିଲା ବର୍ଦ୍ଧକ୍ୟର
ଠକ୍ ଠକ୍ ଶବ୍ଦ
ତଥାପି ଶେଷ ନିଶ୍ୱାସ
ତୁମ ବାଟ ଚାହିଁବାର
ଅଭ୍ୟାସ ଭୁଲି ପାରୁନି




ଦେଉଳି, ବାରିପଦା
ମୟୂରଭଞ୍ଜ-9937046998

Post a Comment

0Comments
Post a Comment (0)