ଅରୁକ୍ଷ କାବ୍ୟରୁ ଏ,ଐ ଚମ୍ପୁ - ହେମନ୍ତ କୁମାର ବରାଇ

0
(ରାଗ - କେଦାର)
ଏକାଗ୍ରତା ଗେ, ଏ ପ୍ରସଙ୍ଗ ଭେଦିଲା ମରମ ରେ ॥ପଦ॥
ଏ କି କରୁଣ କାଳ ଆଗମ ରେ
ଏକୀକରଣ ଉଦାସ ଭୀମ ରେ ॥୧॥
ଏଣୀ କି କଷଣ ନିଃସବ୍ଦ ଦମ ରେ
ଏଣି କି ଗୋଚର ସିନା ସଂଯମ ରେ ॥୨॥
ଏକତା ନେଇ ଅଙ୍ଗର ଦମରେ
ଏକ ତାପ ଏକଉଲ୍ଲାସେ ଦମ ରେ ॥୩॥
ଏକାଗ୍ରସ୍ତ ଦମ୍ଭ ସିନା ପରମ ରେ
ଏକାଗ୍ର ସ୍ତବ ତବ ପରମ ରେ ॥୪॥
ଏକାନ୍ତ ବୀରସୁ ଏକି ଭ୍ରମ ରେ
ଏକାନ୍ତ ଧଇର୍ଯ୍ୟ ବିଶ୍ୱ କ୍ଷେମ ରେ ॥୫॥
ଏକାଠି ମିଳିତ ସର୍ବ ସୌମ୍ୟ ରେ
ଏକା ଠିଆ ତୋ ତ୍ୟାଗ ଲଲାମ ରେ ॥୬॥
ଏ କ୍ଷଣି ଉମେଶ ପାଶେ ଗମ ରେ
ଏ ବାଣୀ ବୋଲନ୍ତି ସାର୍ବ ଭୌମ ରେ ॥୭॥




ଗ୍ରା/ପୋ-ରୁଷୁଡା, ବରଗଡ-୭୬୮୧୧୫
ମୋ-୮୯୧୭୫୧୮୭୭୪

Post a Comment

0Comments
Post a Comment (0)