ଅରୁକ୍ଷ କାବ୍ୟ ରୁ "ଖ" ଚମ୍ପୁ - ହେମନ୍ତ କୁମାର ବାରାଇ

0
ରାଗ - ତୋଡି ଦେଶାକ୍ଷ /ଆଠତାଳି

ଖଣ୍ଡପରଶୁ ହେ ଖଜବଜ ଯେ ମନରେ ାାପଦାା
ଖଗ ଖଗ ଯେ ଭୂ-ଖଗ କଞ କଞ ମହାଭାଗ
ବରୁଣ ପାବକ ଇନ୍ଦ୍ର ବିମନରେ ାା୧ାା
ଖିଳ ସଙ୍ଗେ ଦେବଗଣ ଧରି ହ୍ରୁଦେ ଅଭିମାନ
ବଳି ଯାଏ ତାରକାସୁର ମନନରେ ାା୨ାା
ଖତମାଳ କି ସମରେ ଖଟକା ଘୋଟେ ମନରେ
ହର ହେ !ହର ବ୍ରହ୍ମାଣ୍ଡ ଦେବନ ରେ ାା୩ାା
ଖସିବାକୁ ନାହିଁ ବାଟ ହେ ବାମଦେବ ତା ଘଟ
ଘୋଟୁଛି କି ବ୍ରହ୍ମାଣ୍ଜେ କଷ୍ଟ ଘନ ରେ ାା୪ାା
ଖ୍ୟାତ ଯା ଅଛି ଆମ୍ଭର ଶୁଣ ଭବାନୀ ଶଙ୍କର
ଧରା କମ୍ପଇ ତାରକା ଗର୍ଜନ ରେ ାା୫ାା
ଖେଦ କହୁ ବିଶ୍ୱନାଥ ହ୍ରୁଦୟ ଆମ୍ଭ ଗଳିତ
ଉଦ୍ଧାରିବା ପଣେ ଜଗତ ଜନ ରେ ାା୬ାା
ଖେଦ କରୁ ତ୍ରିଅମ୍ବକ ରକ୍ଷିବା ସକଳ ଟେକ
ଦ୍ରୁଷ୍ଟି ବାରେ ପତିତ ନିରିକ୍ଷଣ ରେ ାା୭ାା
ଖଞ ଗୋଚର ପ୍ରମାଣ ବିକ୍ଷିପ୍ତ ହୁଏ ଜୀବନ
ମନ୍ମଥ-ଧ୍ୱଂସନ କଷ୍ଟ ବାରଣ ରେ ାା୮ାା
ଖଲି ନ ମଣ ଚନ୍ଦ୍ରମା- ଧର ହେ କପାଳୀ ! ସମା-
କୁଳ ଗ୍ରାସିଛି ଦେବକୁଳ ମନରେ ାା୯ାା
ଖଳ ଯେ ତ୍ରିପୁରାସୁର କବଳିତ ଯେ ତ୍ରିପୁର
କଷ୍ଟ ରେ ମାପ ତ ନାହିଁ ବର୍ଣ୍ଣନରେ ାା୧୦ାା
ଖ୍ୟାତି କି ବର୍ଣ୍ଣିବା ଦେବ ଜଗତେ ବିଦିତ ଦେବ
ଘଟିଲା ଯାହା ସାଗର ମନ୍ଥନ ରେ ାା୧୧ାା
ଖିଳ ହେଲା ହଳାହଳ କଣ୍ଠ ରେ ଧରି ଗରଳ
ଖ୍ୟାତ ଯେ ନୀଳକଣ୍ଠ ବୋଲାଇଣ ରେ ାା୧୨ାା




ଗ୍ରା/ପୋ-ରୁଷୁଡା ,ବରଗଡ

Post a Comment

0Comments
Post a Comment (0)