କ୍ଷୋଭ - ରୀତା ଅପରାଜିତା ମହାନ୍ତି

0

ଅସଜଡ଼ା ମୋ ଚୁଟି ରେ ଗଣ୍ଠି
ପକାଇବା ଆଗରୁ
ବର୍ଷା ଦେଲା ଭିଯାଇ
ମୁକୁଳା ମୋ କେଶ କୁ
ଖରା ଦେଲା ଶୁଖାଇ
ଗୋଲାପ ବଣରେ ପଶି
ଫୁଲ ତୋଳୁ ତୋଳୁ ରାତି ପାହିଗଲା
ସକାଳଟା ହାଇ ମାରିଲା ମୋ ଆଖି ଆଗରେ
ମୋ ଦାଣ୍ଡଦୁଆର ରେ ସାରା ରାତି ଅପେକ୍ଷା କରି କରି
ସ୍ୱପ୍ନ ହେଇଗଲା ହାଲିଆ
ଜୀବନ ତା ଏମିତି ସ୍ୱପ୍ନ ମାନେ ଏମିତି
ମୋ ଉପରେ ବିରକ୍ତ ହେଇ
ମତେ ଛlଡ଼ିଚାଲିଯିବେ
ମୁଁ ଘାଣ୍ଟି ହେଉଥିବି
ସବୁ ସରିଯିବା ର କ୍ଷୋଭ ରେ
ସୂର୍ଯ୍ୟ ଙ୍କ ପହିଲି କିରଣରେ----




ଶୈଳଶ୍ରୀ ବିହାର, ଭୁବନେଶ୍ଵର

Post a Comment

0Comments
Post a Comment (0)