(ରାଗ-ସାବେରୀ)
କରନ୍ତି ବିଜୟ ନେତ୍ରେ ରେ,କରି ମାରୁତ ରେ ବିଦ୍ଧ ଗାତ୍ରେ,
କେସନ ଗନ୍ଧବହି ନାସାନିଳ ଗେ,ଚିତ୍ତେ ଦେଇ ମର୍ମ ପତ୍ରେ ରେ,
କୂଟ ନାହିଁ ନେତ୍ରେ ରେ,ଚିର ରୁଚି ସେ ଚାହିଁଲା ମାତ୍ରେ ॥୧ାା

କିଆ କେତକୀ ମାଳତୀ ରେ,କଦମ୍ବ ରୁଚିରେ ତୋଷେ ଅତି,
କୌମୁଦି ବା ଦିବା ବିଭାବରୀ ପାଶୋରି ସାନ୍ଧ୍ୟକୁସୁମ ଦିଅନ୍ତି ରେ
କୁଜ୍ଞ ଚଉକତି ରେ,କୌତୁକ ଚନ୍ଦ୍ରହାସ କୁ ଗତି ॥୨ାା

କନ୍ଦର୍ପ ଶ୍ୱେତ ଚାମର ରେ,କାଶତଣ୍ଡୀ ରେ ଭ୍ରମେ ସମୀର,
କୁସୁମ-ଅଗସ୍ତି-ମଞରୀ-ବାଳଚନ୍ଦ୍ର ଦେବାଳି ଚିତ୍ତ ହର ରେ,
କୁସୁମ ରୁଚିର ରେ,କରନ୍ତି ଦିବାରାତ୍ରୀ ବିହାର ॥୩ାା

କାମୀ କାମିନୀ ନିଆଳି ରେ,କୁସୁମ ନବମାଳିକା ଆଳି,
କିଶଳୟ ମଣ୍ଡିତ ପଞ୍ଚବଟୀ ପଞ୍ଚାମ୍ର ଈକ୍ଷଣ କୁ ଝଳି ରେ,
କ୍ରୁଷ୍ଣ-ଅଳି କେଳି ରେ,କିଞଳ ପଞ୍ଚବାଣ କୁ ବୋଳି ॥୪ାା

କାସାର ପୂର୍ଣ୍ଣ କିଳାଳ ରେ,କରିଣ ହ୍ରୁଦୟ କୁ ନିର୍ମଳ,
କୋକବନ୍ଧୁ-ବଲ୍ଲଭୀ,କୁମୁଦବନ୍ଧୁ-ବଲ୍ଲଭୀ ପୀରତି ଖେଳ ରେ,
କାନ୍ତି ସମାକୁଳ ରେ,କ୍ରୁଷ୍ଣାଳି-ଆଳି ସମାକୁଳ ॥୫ାା

କୁଞ ବିବର୍ଜନ ବାସ ରେ,କଞ-କାନନେ ସାରଙ୍ଗ ବାସ
କୋକ କୁଳ କାଳ ମିଳନ ବିଚ୍ଛେଦ ବାସରେ କେଳି ସୁହାସ ରେ,
କଳାପ ବିକାଶ ରେ,କଳାପୀ-କଳ ସୁନ୍ଦର ଲାସ୍ୟ ॥୬॥

କୁସୁମାକର ମାୟା କି ରେ,କୁସୁମ ପ୍ରିୟ ବଂଶୀ ବାଇକି,
କରିଛି ଗ୍ରାସ ସଖା-ବେନି ମିଳାଇ ସ୍ରୁଜି ପ୍ରୀତି କି ରେ,
କ୍ରୁତାର୍ଥ ଜୀବ କି ରେ,କିଙ୍କିର ପ୍ରୀତି ତୋଷେ ବଲ୍ଲୀକି ॥୭॥

କର୍ପୁରରସ ଯେସନ ରେ,କୁ ପରେ ଖଜଳ ଆଚରଣ,
କଳାପୀ କଠିନ ରେ,କାହାକୁ ମ୍ରୁଗତ୍ରୁଷ୍ଣା ବିମନ ॥୮॥

କପାଳୀ-ପୁରେ ବିବୁଧେ ରେ,କାନ୍ତି କି ବିଲୋକିଲେ ତ୍ରିବିଧେ,
କପର୍ଦ୍ଧୀ ବଳାଇ ଚିତ୍ତ ତ୍ରିଦଶେ ଦ୍ୱାରେ ମଳିଲେ ବିମୁଗଧେ,
କୁଶଳ ବିବ୍ରୁଦ୍ଧରେ,କି ସେ କାରଣେ ଗଣା ବୁଦ୍ଧେ ॥୯॥