ଶୀତ ମାଉସୀଟା ତାର କାର୍ଯ୍ୟ ଅନ୍ତେ
ଧରାରୁ ଯାଇଛି ହଜି
ଋତୁଙ୍କର୍ ରାଜା ବସନ୍ତ ଆସିଛି
ସାହା ନାଇ ବାଜେ ଉଠି ॥୧॥

ଫୁଲେଇ ଫଗୁଣ ରଙ୍ଗ ଫୁଆଁରରେ
ରଙ୍ଗୀନ ଗାଲିଚା ଦେଇ
ପକୃତି ରାଣୀ ସବୁଜ ପା ଟ ରେ
ଚାଲୁ ଅଛି ନାଇଁ ନଇଁ ॥୨॥



ଆମ୍ର କାନନରେ କୋକିଳ ର ସ୍ୱର
ମନ କୁ ଚୋରାଇ ନିଏ
ପତ୍ର ଝଡା ବୃକ୍ଷେ ନବ ପଲ୍ହବିତ୍
ପତ୍ର ଶୋଭା ପାଇଥାଏ ॥୩॥

ରାଧା କୃଷ୍ଣ ଗ୍ରାମ ଭ୍ରମଣ କରନ୍ତି
ବିମାନ ଉପରେ ବସି
ହୋଲି ର ପରବ ଏକାଠି ପାଳନ୍ତି
ସମସ୍ତ ନଗର ବାସି ॥୪॥



ଦୋଳ ପୂର୍ଣ୍ଣିମା ରେ ମେଲଣ ପଡିଆ
ଫୁଲରେ ହାଇଛି ସଜା
ଆଲୋକ ମାଳରେ ଝଲସେ ମେଲଣ
ନାନା ରଙ୍ଗେ ବାଜେ ବାଜା ॥୫॥




ସାଗର ପ୍ରଧାନ, ପଦା ଦିଗି, ଗଂଜାମ