ବସିଥାଅ ସେମିତି
ନୀରବ ନିଥର
କେଉଁ ସିଂହାସନ କିଏ ଦେଖିଛି
ରତ୍ନ ,ହୀରା ,ନୀଳା, ମାଣିକ୍ୟ
ଅବା ସଧାରଣ କାଠ ଚଉକି ହାତଲଗା
ଶୋଇଥାଅ ନିଘୋଡ଼ରେ
ସାଗର ନଈ କି ପୋଖରୀ
ସପ୍ତଫେଣି ଏକଫେଣି ଅବା ଫଣା ନ ଥିବା
କାହା ଉପରେ
ଏଇଠି କୋଉଠି ତ ନୁହେଁ ଯେ
ଗାଁଦୋକାନ ଛକରେ
ଅଧା ସିଗାରେଟ ଫୁଙ୍କା ଟୋକା ବତେଇ ଦେବେ
ଭାଇନା ହେ ! କାହାୁକୁ ଖୋଜୁଛ ?
ସିଧା ସ୍ଟ୍ରେଟ ଯାଇ
ଆଗ ଛମା ବରଗଛ ଠଉଁ
ରାଇଟ ଡାହାଣକୁ ଗଲେ
ଯାହାକୁ ପଚରିଲେ କହି ଦେବେ
ପତି ସାହି ଗୋଲଖପତି ଘର
କଣ କାମ ଥେଲା I1l
ଅବା କୋଉ ପ୍ୟାକେଜରେ
ତୁମ ପାଖକୁ ଯିବାର ଅଫର ନାହିଁ
ଉଡିଯାଇ ଓଲ୍ହେଇ ପଡିଲେ
ଚାରିଚକିଆ ତୁମ ଦାଣ୍ଡରେ
ଲଗେଇ ଦବ ପିଏ କହିବ
ଆସିବାର କାରଣ ଲେଖି ଦେଇଦିଅ ଚିଟ
ବାରି ଆସିଲେ ଡକା ହେବ. l2l
ନା ତୁମେ
ଦୂରଭାଷ. ହାଟସଆପ
ଫେସବୁକ ,ଟୁଇଟର, ଇମେଲ
କେଉଁ ଗୋଟାକରେ ମିଲିବ
ଶୁଣିବାକୁ ପୁରା ବିଶ୍ବର
ନ୍ୟାୟଅନ୍ୟାୟ ,ନୀତିଅନୀତି
ନିତି ମରୁଥିବା ନୀତିନିଷ୍ଠ. ମଣିଷର ଆତ୍ମକଥା l3l
ଅଥଚ ତୁମେ ଶୁଣୁଛ ବୋଲି
ସମଗ୍ର ଧରାରେ ନିତି ସରୁଛି
ଅୟୁତେ ଲିଟର ଘିଅ
ନିୟୁତେ ଦୀପ
କୋଟିଏ ସଲିତା ଆଉ ଧୂପ
ଲକ୍ଷ ଲକ୍ଷ. ମହମବତୀ l4l
ଜନଗଣନା ପରି ଅବଶ୍ୟ
ଗଣତି ହୋଇ ପାରିନି
ପ୍ରସ୍ତୁତ ହୋଇ ପାରିନି ତାଲିକା
କାହାର ଶୁଣିଛ କହାକୁ ଶୁଣିନ
ଭଲକୁ ଭଲ. ,ମନ୍ଦକୁ ମନ୍ଦ
ଭଲକୁ ମନ୍ଦ ,ମନ୍ଦକୁ ଭଲ
ସୁଖୀକୁ ସୁଖ ,ଦୁଃଖୀକୁ ଦୁଃଖ
ସୁଖୀକୁ ଦୁଃଖ ,ଦୁଃଖୀକୁ ସୁଖ
ବିଚାରୀକୁ ବିଚାର ,ଅବିଚାରୀକୁ ଅବିଚାର
ଵିଚରୀକୁ ଅଵିଚାର ,ଅବିଚାରୀକୁ ଵିଚାର
ଏହା କର୍ମଫଳ ନା ଜିଗସ ପଜଲ
ଫେଣ୍ଟାଫେଣ୍ଟି କରି ସଜାଡି ବାକୁ
ଦେଇଦିଅ ଜନ୍ମରୁ ମୃତ୍ୟୁ ଯାଏ ସମୟ
ଠିକଣାଟି ଗୋଲଖ ପ୍ରଚାରକରି
ଲିଭେଇଦିଅ ରାସ୍ତାର ନକ୍ସା ମାନଚିତ୍ରରୁ
କିଏ କାଳେ ଚାଲି ଯିବ
ଅଭିଯୋଗଭରା ଅଭିମାନରେ
ଅପ୍ରାପ୍ତିର ଅବବୋଧରେ
ଅନୀତିର ଆଶଙ୍କାରେ
ଅସତ୍ୟର ସତ୍ୟବୋଧ ପାଇଁ
ତୁମସୃଷ୍ଟିର
ସକଳ ଗ୍ଲାନି ଯନ୍ତ୍ରଣା ପ୍ରତାରଣାକୁ
କର୍ମଫଳର ଦ୍ଵାହିଦେଇ
ଏକପ୍ରକାର ଆତ୍ମ ଗୋପନ କର
ଅପହଞ୍ଚ ଗୋଲଖରେ
ଜୀବନର ଗୋଲଖଧନ୍ଦାରେ
ଧନ୍ଦି ହୋଇ ହୋଇ
ଆକତାମାକତା ମଣିଷ
କ୍ଷଣକୁ କ୍ଷଣ ସନ୍ଦିହାନ ହେଉ ତୁମ
ସ୍ଥିତି ସମ୍ପର୍କରେ
ତୁମେ ଅଛ ! ତୁମେ ଅଛ ତ !!!!!! l4l




ମହାନଦୀ ବିହାର ମହିଳା ମହାବିଦ୍ୟାଳୟ
ଦୂରଭାଷ- 9078579612