ବାରଟି ମାସରେ ତେର ଟି ପରବ
ଆମରି ଏ ହିନ୍ଦୁ ଧରମେ
ଆଧ୍ୟତ୍ମିକତା ର ଦ୍ୱେତକ ସାଜି
ଚନ୍ଦନ ବୋଳଇ ମରମେ ।।

କାଶ୍ମୀର ଠାରୁ କନ୍ୟାକୁମାରି
ଭାଇଚାରା ଭାବନେଇ
ଆଞ୍ଚଳିକ ଭାବେ କରନ୍ତି ପାଳନ
ଯହିଁ ହିନ୍ଦୁ ଛନ୍ତି ରହି ।।



ତ୍ୟାଗ , ନିଷ୍ଠା,ସେବା,ଭକ୍ତି ଓ ବିଶ୍ବାସ
ଶିକ୍ଷା ଦିଏ ପର୍ବ ପର୍ବାଣୀ
ବୈଶାଖୀ ପରବ ଓଡ଼ିଆ ଗୌରବ
ସବୁ ପରବ ରେ ଅଗ୍ରଣୀ ।।

ସୁସ୍ଥ ଶୃଙ୍ଖଳିତ ସମାଜ ପାଇଁ କି
ଲୋଡ଼ା ଧର୍ମ ଚିନ୍ତାଧାରା
ଶୁଦ୍ଧପୁତ ଭାବେ ପାଳନ୍ତି ପରବ
ରଖିବାକୁ ପରମ୍ପରା ।।



କ୍ଲାନ୍ତି ଅବସାଦ ହଟାଇ ପଛକୁ
ଚଷା ଭାଇ ଅଣ୍ଟା ଭିଡ଼େ
ପଣା ପରେ ବଣା ପ୍ରାୟ ହୋଇ ଧାଏଁ
ମାଟି ଲଦିବାକୁ ହିଡେ ।।

ଗଣନାକାରୀଙ୍କ ଗଣନାରେ ଆଜି
ଉତ୍କ୍ଳିୟ ନବ ବର୍ଷ
ଓଡ଼ିଆ ହୃଦୟୁ ଝରେ ମନ୍ଦାକିନୀ
ଗର୍ଭେ ଭରି ଭକ୍ତି ରସ ।।



ବିଷୁବ ମିଳନେ ବିଜେ ଶମ୍ଭୁନାଥ
ସଂଗେ ନନ୍ଦି-ଭୃଙ୍ଗି ନେଇ
ମସ୍ତକେ ଶଶାଙ୍କ, ହସ୍ତ ରେ ଡମ୍ବରୁ
ଗଳାରେ ସର୍ପ ଲମ୍ବାଇ ।।

ବୃନ୍ଦାବତୀ ପାଶେ ବାନ୍ଧି ବସୁନ୍ଧରା
ଭକତେ ଢାଳନ୍ତି ପଣା
ସୌର ଉତ୍ତାପ ରୁ ତୁଳସୀ ସୁରକ୍ଷା
ପାଇଁ ସେ ଘଡିରେ କଣା ।।



କାଳିଆ ଠାକୁର ଚନ୍ଦନ ଯାତରା
ବାରେ ଦେଖ କ୍ଷେତ୍ର ଯାଇ
ବରସ ଆରମ୍ଭେ ନୂତନ ଯୋଜନା
ଫଳବତୀ ହେବ ଭାଇ ।।




ରଶ୍ମି ରଞ୍ଜିତା ମିଶ୍ର (ରୋଜି)
ବ୍ରାହ୍ମଣ କୁଶଡିହ, ବାଲୁଗାଁ, ଖୋରଧା