ଏମିତି କେତେଜଣ ଲୋକ,
ସାଧୁ ଅଛନ୍ତି ଯେ ଧାର୍ମିକ ॥

ଚାଲିଛି ଭଲରେ ମରତ,
ଏମାନେ ଅଛନ୍ତି ବୋଲିତ ॥



ହାତ ଗଣତି କେଇଜଣ,
କରନ୍ତି ଅନୀତି ମାରଣ ॥

ଲୋପ ପାଇବେ ଜଣେ ଜଣେ,
ଯାଅ ହେ ପ୍ରଭୁଙ୍କ ଶରଣେ ॥



ମାତ୍ର ପାଞ୍ଚଜଣ ପାଣ୍ଡବ,
କରିଲେ ବିଜୟ ତାଣ୍ଡବ ॥

ଦୁଃଶାସନାଦି ଯେ ମରିଲେ,
ପାଞ୍ଚରେ ଶହେ ତ ହାରିଲେ ॥



ସତ ବନ୍ଧା ମିଥ୍ୟା ହାତରେ,
ଖୋଲିବ ସେ ହେଲେ ଡେରିରେ ॥

ସତ୍ୟ ପାଇଁ ମିଥ୍ୟା କରିବା,
ମାରିଚ ମାୟାରେ ଚାଲିବା ॥



ଲକ୍ଷ୍ମଣରେଖାକୁ ଡେଇଁବା,
ଶେଷରେ ସତକୁ ଜିତିବା ॥

ଅଯୋଧ୍ୟା ହୋଇବ ଭାରତ,
ପୁଣି ଉଡିବ ରାମନେତ ॥






ବିଜୟ ନାରାୟଣ ଷଡଙ୍ଗୀ
ଭାଲିଆବାଡି, ଖୋରଧା