ପିଙ୍କୁ ବୋଉ ଗାଁ ଦାଣ୍ଡରେ ଲଥ୍ କରି ତଳେ ପଡିଗଲା । କାଖରୁ ରସ ଗରାଟି ଖସିଯାଇ ପାଣି ଟ୍ୟାପ୍ ପାଖରେ ଅଟକିଯାଇ ପିଙ୍କୁ ବୋଉ ଆଡକୁ ଆଁ କରି ରହିଥାଏ । ପିଙ୍କୁ ବୋଉ ଆଖିକୁ ଠିକ୍ ରେ କିଛି ଦେଖାଯାଉ ନଥିଲା ! ବିଚାରି କାଠ ପ୍ରତିମା ଭଳି ପାଣି ଟ୍ୟାପ୍ ଆଡକୁ ଚାହିଁ ରହିଥିଲା । ଟ୍ୟାପ୍ ରୁ କେଇ ବୁନ୍ଦା ପାଣି ଖସିପଡିବା ପରେ ବନ୍ଦ ହୋଇଯାଇଥିଲା । କେତେବେଳୁ ଦୁଇଟୋପା ଲୁହ ବହିଯାଇ ଶୁଖିଯାଇଥିଲା । ଏଇ ସେହି ସ୍ଥାନ ନା ଯେଉଁଠାରେ ପିଙ୍କୁ ରକ୍ତାକ୍ତ ହୋଇ ପଡିରହିଥିଲା ଗରାଏ ପାଣି ପାଇଁ । ସେ ତ ବଞ୍ଚିଗଲା ହେଲେ ପିଙ୍କୁ ବାପା...!
"ନାନୀ.. ସତରେ କ'ଣ ପିଙ୍କୁ ବାପାକୁ ଫାଶୀ ଦିଆଯିବ ?" ପଚାରିଲା ପବିନ ବୋଉ । ପିଙ୍କୁ ବୋଉ ନିଋତ୍ତର, ନିର୍ବାକ୍ ! ମାଇପିଏ ଯାହା ସବୁ ଗପିଯାଉଥିଲେ । କ୍ରମଶଃ ଆଗକୁ ପଢନ୍ତୁ






ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା