ଜଳ ବିନା ନାହିଁ ପ୍ରାଣ
ଜଳର ବିହୁନେ ଧରା ଅନ୍ଧକାର
ସବୁ ଲାଗେ ଅକାରଣ ।।
ଜଳକୁ ଛାଡି କି ବଞ୍ଚି ନ ପାରନ୍ତି
ଜୀବ ବୃକ୍ଷ ଲତା ତୃଣ
ସେଥି ଲାଗି ଧାତା ସୃଷ୍ଟି କରିଛନ୍ତି
ତିନି ଭାଗ ପାଣି ଜାଣ ।।
ବିନ୍ଦୁ ବିନ୍ଦୁ ବାରି ରଚଇ ଯେ ସିନ୍ଧୁ
ଟିକି ଟିକି ଅଣୁ ନେଇ
ଅଙ୍ଗାରକାମ୍ଳ ରୁ ଏକ ଗୋଟି ଅଣୁ
ହାଇଡ୍ରୋଜେନରୁ ଦୁଇ ।।
ମିଶ୍ରିତ ହୁଅନ୍ତି ନୂଆ ନାମ ନେଇ
ଜଳ ବା ପାଣି କୁହନ୍ତି
ବିଜ୍ଞାନ ସିଧାନ୍ତେ ଏହି ପରିଭାବେ
ନାମ ଚିହ୍ନିତ କରାନ୍ତି ।।
ଜଳର ବହୁଳେ ଧରଣୀ ବକ୍ଷରେ
ଘଟଇ ତାଣ୍ଡବ ଲୀଳା
ଜଳର ବିହୁନେ ସୃଷ୍ଟି ନାଶ ହୁଏ
ଏତ ବିଧାତାର ଖେଳା ।।
ନଷ୍ଟ କରନାହିଁ ଜଳ ବିନ୍ଦୁ କେବେ
ସାଇତି ରଖ ଜତନେ
ଏହି ଜଳ ଆମ ଜୀବନ ରକ୍ଷକ
ଶପଥ ନିଅନ୍ତୁ ଜନେ ।।
ଗଛଲତା ଭରି ରହିଲେ ସବୁଜ
ସମୟେ ହୋଇବ ବର୍ଷା
କୃଷକର ମନେ ଆନନ୍ଦ ଖେଳିବ
ନ ଉଡିବ ତାର ହଂସା ।।
ଜଳ ବଞ୍ଚାଇଲେ ଜୀବନ ବଞ୍ଚିବ
ହେବାନାହିଁ ହତାଦର
ଆମରି ପୃଥିବୀ ହସିବ ଧରାରେ
ପୁରି ରହୁ ସରୋବର ।।
ଜଳ ସେଚନର ସୁବିଧା ମିଳିବ
ହସିବ ଚାଷୀ ଦୁନିଆଁ
ହସିବ ଭାରତେ ସବୁଜିମା ରାଜି
ସପନ ଲାଗିବ ନୂଆ ।।
ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ, ଖୋରଧା
