ମହୀ ମଣ୍ଡଳରୁ ବାରିର ଅସ୍ତିତ୍ବ
ଧୀରେ ଧୀରେ ଲୋପ ପାଉଛି
ଭୁଗର୍ଭସ୍ଥ ଜଳ ସଙ୍କୁଚିତ ପୁଣି
ବେଳୁହିଁ ସୂଚାଇ ଦେଉଛି !

ସତର୍କର ଘଣ୍ଟି ବାଜି ସାରିଲାଣି
ହାହାକାର ଶୁଭେ ଧରାରେ
ଜଳ ପାଇଁ ନିତି ଭାଳେଣି ପଡୁଛି
ଗାଆଁ ହେଉ ଅବା ସହରେ !



ବିବର୍ତ୍ତନ ଆଜି ଧରିତ୍ରୀର ଛବି
ଦେବକି ତାହାର ଉତ୍ତର
ଲୁଟି ନେଇଗଲ ତା କୋଳୁ ପାଦପ
ଶିରୀହୀନ ତା'ର ଶରୀର !

ଲୁଚିଛି ବରଷା ଅଦୃଶ୍ୟ ବଉଦ
ଅଗୋଚର ତା'ର ଠିକଣା
କୁହ ହେ ମାନବ ଯା ପାଇଁ ହଜିଛି
ତୁମକୁ କିଅବା ଅଜଣା !



ସତର୍କର ବାଣୀ ଶୁଣି ଆମେ ପୁଣି
ସୁପ୍ତ ପ୍ରାୟ ଆଜି ଚାହିଁଚେ
ଆପଣା ହସ୍ତେ ଛେଦି ନିଜ ଜିହ୍ୱା
ଅନ୍ୟ ମୁଣ୍ଡେ ଅଠା ବୋଳୁଚେ !

ଆସ ଏକ ହେବା ବୃକ୍ଷ ଲଗାଇବା
ପରିବେଶ ହେବ ନିର୍ମଳ
ଜଳର ଅଭାବ ରହିବନି ଜାଣ
ଧରଣୀ ହୋଇବ ଶୀତଳ !






ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ