ତୋ ମନେ ଥିଲା ଛଳନା
ତୁ କଲୁ ମିଛ ବାହାନା
ଭଲ ପାଇ ମୋତେ ଭୁଲି ଗଲୁ...
ମୁଁ ଥିଲି ପ୍ରେମୀ ଦିୱାନା
ତୁ ଭାବି ଗଲୁ ଖେଳନା
ଖେଳୁ ଖେଳୁ ମୋତେ ଭାଙ୍ଗି ଦେଲୁ...
ହାଏ ରେ ହାଏ ଏମିତି କଲୁ
ଜୀଇଁ ଥାଉ ଥାଉ ମାରିଦେଲୁ...

ମୁଁ ଥିଲି ଏକା ଏକା ତୁ
ଆସିଲୁ ଜୀବନେ ମୋର
ଧିରେ ଧିରେ ମନରେ ମୋର
ଲାଗିଲା ପ୍ରୀତି ପର
ମନ ପକ୍ଷୀ ଉଡ଼ିଗଲା
ଏଇ ନୀଳ ଆକାଶରେ
ସବୁ ସୀମା ରେଖା ଡେଇଁ
ବସିଲି ତୋ ଦୁନିଆଁ ରେ
ତୁ ଦେଲୁ ମିଠା ସପନ
ମୋ ମନ ହେଲା ଉଛନ
ଦେଖୁ ଦେଖୁ ସ୍ବପ୍ନ ଭାଙ୍ଗି ଦେଲୁ...
ହାଏ ରେ ହାଏ ଏମିତି କଲୁ
ଜୀଇଁ ଥାଉ ଥାଉ ମାରି ଦେଲୁ...



ତୁ ଭୁଲି ଯିବା ଆଗରୁ
ଥର ଟେ ଭାବିଲୁ ନାହିଁ
ପ୍ରେମ ଥରେ ହୁଏ ଜୀବନେ
ବାର ବାର ହୁଏ ନାହିଁ
ପ୍ରେମ ନୁହେଁ ବାଲି ଘର
ଗଢି ଦେବୁ ଭାଙ୍ଗି ଦେବୁ
ପ୍ରେମ ନୁହେଁ ପିଲା ଖେଳ
ହସି ହସି ଭୁଲି ଯିବୁ
ମୁଁ ବାଟ ବଣା ବାଟୋଇ
ମୋ ବାଟ ତୁ ଦେଏ ଫେରେଇ
ଅଧା ବାଟେ କାହିଁ ଛାଡି ଗଲୁ...
ହାଏ ରେ ହାଏ ଏମିତି କଲୁ
ଜୀଇଁ ଥାଉ ଥାଉ ମାରିଦେଲୁ...




ଗୋପାଳ ଚନ୍ଦ୍ର ସାଓ, ବାରିପଦା, ମୟୂରଭଞ୍ଜ