ବାପାଙ୍କ ପାଖରେ ଜିଦ୍ କରୁଛି ।।
ବାପା କହୁଅଛି ଖେଳେ ନା ରଙ୍ଗ
ଏହି ରଙ୍ଗ କ୍ଷତି କରଇ ଅଙ୍ଗ ।।
ତଥାପି କୁନାର ମନେ ମାନେନା
ଖେଳିବି ନିଶ୍ଚିତ ଯାହା ହେଉନା ।।
ବାଳକ ମନଟି ବଡ ଅଧିର
ଭୁଲିହୁଏ ନାହିଁ କରିକି ପର ।।
ମାଆ ପାଖେ କୁନା କରଇ ଅଳି
ଆଣିଦେ ମୋ ପାଇଁ ରଙ୍ଗ କାହାଳୀ ।।
ବାପାଙ୍କୁ ବୁଝାଇ କହିଲେ ବୋଉ
ଆଣିଦିଅ ଫଗୁ ହଉ ଖେଳଉ ।।
ମାଆ କଥା ଶୁଣି ବାପା ହସିଲେ
ଆଣିଦେବି ରଙ୍ଗ ଏବେ କହିଲେ ।।
ପାଖ ବଜାରରୁ ଆଣିଲେ କିଣି
ପିଚିକାରି ସାଥେ ରଙ୍ଗକୁ ଘେନି ।।
ପାହିଲା ରଜନୀ ଫଗୁ ପୂର୍ଣ୍ଣିମା
କୁନା ଖୁସିର ତ ନ ରହେ ସୀମା ।।
ବାଲିଟିରେ ପାଣି ଆଣିଲା ଘେନି
ଭିଜାଇ ଦେଲା ରଙ୍ଗ ବହନି ।।
ଭରିଦେଲା ରଙ୍ଗ ପିଚିକାରିରେ
ମାଆ ପାଦ ଛୁଇଁ ଚାଲିଲା ଧିରେ ।।
ସାଙ୍ଗ ସାଥି ମେଳେ ଖେଳିଲା ରଙ୍ଗ
ସଂପର୍କର ଡୋରି ଆମରି ସଙ୍ଗ ।।
ଏହି ପରବଟି ବଡ ନିଆରା
ଭାଇଚାରା ପଣେ ଖୁସି ଜାତରା ।।
ବଡ ସାନ ନାହିଁ ଆମରି ମନେ
ବରଷକେ ଥରେ ଖେଳୁଛୁ ଦିନେ ।।
ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ, ଖୋରଧା
