ଦୁଃଖ ଠାରୁ ଥାଏ ଦୁରେ
ସ୍ୱଭାବେ ଶାନ୍ତ ସରଳ
ଜାତିରେ ମୁଁ ସାନ୍ତାଳ...
ମାଟି ସାଥେ ଲଢ଼ି ଲଢ଼ି
ସ୍ବପ୍ନ ମୋର ଥାଏ ଗଢି
କ୍ଷେତ ଡାକେ ଆ ଚଞ୍ଚଳ
ଜାତିରେ ମୁଁ ସାନ୍ତାଳ...
ଚାଳଛପର ମାଟି ଘର
ସାଥି ମୋର ଧନୁତୀର
ସତ୍ୟ ଅହିଂସା ମୋ ବଳ
ଜାତିରେ ମୁଁ ସାନ୍ତାଳ...
ଖାଏ ମୁଁ ପଖାଳ ହାଣ୍ଡିଆ
ଜାହିରାରେ ମାରେ ମୁଣ୍ଡିଆ
ଶୋଷ ହେଲେ ଖାଳ ଜଳ
ଜାତିରେ ମୁଁ ସାନ୍ତାଳ...
ହାତରେ କୋଦାଳ ଧରେ
କଠିନ ପରିଶ୍ରମ କରେ
ଦେହରୁ ବୁହାଇ ଝାଳ
ଜାତିରେ ମୁଁ ସାନ୍ତାଳ...
ସାରନା ଧରମ ମୋର
ପାଇଛି କୃପା ଅପାର
ସେ କୃପା ଦିଏ ବଳ
ଜାତିରେ ମୁଁ ସାନ୍ତାଳ...
ଆଦିମ କାଳ ରୁ ଜାଣି
ପ୍ରକୃତିକୁ ଠାକୁର ମଣି
ଜଗିଛି ବଣ ଜଙ୍ଗଲ
ଜାତିରେ ମୁଁ ସାନ୍ତାଳ...
ଗୋପାଳ ଚନ୍ଦ୍ର ସାଓ, ଦେଉଳି, ବାରିପଦା, ମୟୂରଭଞ୍ଜ
ମୋ- ୯୯୩୭୦୪୬୯୯୮
