କଥା ହେଲେ ତମ ସାଥେ ଥରେ 
ଖେଳିଯାଏ ମନେ ଅପୂର୍ବ ପୁଲକ
ଥରେ ଦେଖିଲେ ତମକୁ ଦେହେ
ବୋଳିହୋଇଯାଏ ଗୋଲାପର ମହକ
ତମ ଆଖିରେ ମିଶିଗଲେ ଆଖି
ଲହଡି ଭାଙ୍ଗେ ପ୍ରୀତିର ପ୍ରାବଲ୍ୟ
ମୋ ଶିରା ପ୍ରଶିରାରେ ପ୍ରତିଟି ରକ୍ତ ବିନ୍ଦୁରେ
ତମ ଛଡ଼ା କେହି ବୁଝିବେନି ତା ମୂଲ୍ୟ
ଛୁଇଁଲେ ତମକୁ ଥରେ ନିରୋଳାରେ
ମିଳିଯାଏ ମୋତେ ସ୍ବର୍ଗୀୟ ଆନନ୍ଦ
ସେ ସମୟେ ମନେ ମୋ ନଥାଏ
ସଂସାରର ମାୟା,କପଟ ଓ ଛନ୍ଦ

Writer's Details: ମହେଶ୍ୱର ଦାଶ,ନରସିଂହପୁର ଶାସନ, କେନ୍ଦୁଝର
Content Category:
Submission Date: Sep 04, 2019