ଭାବନା ଦୀପରେ ପ୍ରତି ମୂହୁର୍ତ୍ତରେ
ଜଳୁଛ ହେଇ ସଳିତା,
ଲେଖନୀ ମୂନରୁ ଝରିଗଲେ ତୁମେ
କବିର ହୁଅ କବିତା,,।।
ଜୀବନ୍ତ ଲାଗ ଗୋ ହୃଦୟକୁ ଛୁଇଁ
ହୃଦୟୁ ଲେଖିଲେ ପଦେ,
ଅଷ୍ଟ ଅଳଙ୍କାରେ ସଜେଇ ଯେ ଦେଲେ
ଆକୃଷ୍ଟ କରୁଛ ଶବ୍ଦେ,,।।
ଛନ୍ଦେ ଛନ୍ଦେ ତୁମେ ଛନ୍ଦି ଦେଉଅଛ
କୋଟି ଜନ ମନ ପ୍ରାଣ,
ତୁମକୁ ପଢିଲେ ଅବା କେ ଶୁଣିଲେ
ଅତି ଖୁସି ସିଏ ଜାଣ,,।।
ମନ ତଳ କଥା କେବେ ହୃଦ ବ୍ୟଥା
କେବେ ପ୍ରୀତି ଭାଷା ହେଇ,
ସାନ୍ତ୍ବନା ଦେଉଛ ମଧୂ ଝର ଢାଳି
ପ୍ରସ୍ରବଣୀ ରୂପେ ବହି,,।।
ବିପ୍ଳବ ଆହ୍ବାନେ ଜାଗ୍ରତ କରୁଛ
ଵୀରଙ୍କୁ ଶୁଣାଇ ପଂକ୍ତି,
ସମୁହ କଲ୍ୟାଣେ ତୁମେ ଗୋ କଵିତା
ଅସ୍ତ୍ର ରୂପେ ମହାଶକ୍ତି,,।।
ଅତ୍ୟନ୍ତ ମାଧୁର୍ଯ୍ୟ ଶବ୍ଦେ ଭର ଧର୍ଯ୍ୟ
ସାହିତ୍ୟେ ପାଇଛ ସ୍ଥାନ,
ରଚନା କରିଣ ସଂକଳନ କଲେ
ସର୍ଵତ୍ର ପାଅ ସମ୍ମାନ,,।।




ଜିତେନ୍ଦ୍ର ସାହୁ, ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ