ସାଗର ହ୍ରଦ
ପ୍ରେମ ପ୍ରଣୟ
ଅସ୍ତ ଉଦୟ
ଦେଖି ଚନ୍ଦ୍ର ତାରା ରବି...
କବି ଲେଖେ କବିତା
କେତେ ଭାବି ଭାବି...
କେବେ ବାସ୍ତବ
କେବେ କଳ୍ପନା
ଦେଖି ପ୍ରକୃତି
ହୁଏ ଆନମନା
କବିତାରେ ଆଂକେ ଛବି...
କବି ଲେଖେ କବିତା
କେତେ ଭାବି ଭାବି...
ଥିଲେ ଥାଉ ପଛେ
ଯେତେ ଯନ୍ତ୍ରଣା
ଲେଖିବାରେ କେବେ
କରେନି ଉଣା
ମନ ରେ ନ ଥାଏ ନେବି...
କବି ଲେଖେ କବିତା
କେତେ ଭାବି ଭାବି...
କବିତା ଦିବସେ
କବିତା ନେଇ
କବିଙ୍କୁ କୁହ ହେ
କଥା ଟି ଦେଇ
ଭଲ ପାଠକ ଟେ ହେବି...
କବି ଲେଖେ କବିତା
କେତେ ଭାବି ଭାବି...
ଗୋପାଳ ଚନ୍ଦ୍ର ସାଓ
ଦେଉଳି, ବାରିପଦା, ମୟୂରଭଞ୍ଜ
ଦୂରଭାଷ- ୯୯୩୭୦୪୬୯୯୮
