ଚିନ୍ତନ - ମାଳତୀ ଧଳ

0
ମଣିଷର ହୃଦେ
ଅଛି ଯାହା ଗୁପ୍ତ
ପାଣ୍ଡୁଲିପିରେ କିଛି
କରିଥାଏ ଲିପ୍ତ
ଧର୍ମ ଛାଡି ଅର୍ଧମ
କରେ ଯେଉଁ ନର
ସବୁ କାଯ୍ୟ ବିଫଳ
ହୁଏ ଦିନେ ତାର
ଆସିଥିଲା ଖାଲି ହାତେ
ଯିବ କର୍ମ ନେଇ
ସବୁଜାଣି ଦୁଷ୍କର୍ମ
କରେ କଣ ପାଇଁ
ସମୟର ସାଥେ ଖେଳେ
ଏ ମଣିଷ ଆଜି
ଆଗପଛ ଭାବେ ନାହିଁ
ବିଦ୍ରୋହରେ ମଜି
ଲକାଂରେ ରାବଣ
ଏ ମାୟା ପୁରୀରେ
ନିଜକୁ ବାରମ୍ବାର
ପଚାରି ଜାଣରେ
ଭୁଲନାହିଁ ଭୁଲନାହିଁ
ମୋ ଭାଇ ଭଉଣୀ
ସବୁକିଛି ଛାଡିଯିବ
କିଛି ନେବ ନାହିଁ !




ମାଳତୀ ଧଳ, ବରଡିହି, ଉଦଳା, ମୟୂରଭଞ୍ଜ

Post a Comment

0Comments
Post a Comment (0)