ଗର୍ବ - ଇଂ ବିଦ୍ୟାଧର ପଣ୍ଡା

0
ଓଡିଆରେ ତୁମେ ଗରବ କରୁଛ
ଇଗୋ ରଖ ଇଂରାଜୀରେ
ସାରା ଦିନ ଓଠ ଚାପିଚାପି ବୁଲ
ହସୁନା ଦିନରେ ଥରେ
କି’ଲାଭ ଜିଇଁକି ଉଦାସ ଜୀବନ
ମରଣ ସଙ୍ଗେ ସମାନ
ମଣିଷ ମା’ତ୍ରକେ ଗରଭ ଉପଜ
କେହି ନୁହେଁ ବଡ ସାନ
ଦୁଇ ହାତ, ଦୁଇ ଗୋଡ, ଦୁଇ ଆଖି
ସମସ୍ତଙ୍କ ଗୋଟେ ନାକ
ଆହାର ମୈଥୁନ ନିଦ୍ରାରେ ଳାଳସା
ସମସ୍ତଙ୍କୁ ଲାଗେ ଭୋକ
ପାଠ ଦି’ଅକ୍ଷର ପଢି ଦେଲ ବୋଲି
ମାନିବନି ଇନ୍ଦ୍ରଚନ୍ଦ୍ର?
ସଭୀଙ୍କ ଶରୀର ମଳମୁତ୍ର ଭରା
ନିଜେ ଗଣ ନିଜ ଛିଦ୍ର
ଛାଡି ମାୟାମୋହ ଜୀବନରେ ଖୋଜ
ଆନନ୍ଦ ଉଲ୍ଲାସ ପର୍ବ
ସୁନ୍ଦର ଧରାକୁ ଉପଭୋଗ କର
ମନରୁ ହଟାଇ ଗର୍ବ




କବି ସୌରଭ ଇଂ.ବିଦ୍ୟାଧର ପଣ୍ଡା, ଏମ୍.ଟେକ୍.ସିଭିଲ, ଏଲ୍.ଏଲ୍.ବି.
ଖ-୧୭/୧୫, ପଞ୍ଝସଖା ନଗର, ଡ଼ୁମୁଡ଼ୁମା, ଭୁବନେଶ୍ୱର-୭୫୧୦୧୯
ଖୋରଧା, ଓଡ଼ିଶା, ମୋ-୯୪୩୯୧୨୮୦୫୦

Post a Comment

0Comments
Post a Comment (0)