ଜଳର ସଂକଟ ହେଲାଣି ପ୍ରକଟ
ଦେଖି ଚାହିଁ କର ବ୍ୟବହାର,
ବଞ୍ଚିବା ନହଲେ ହେବ କଷ୍ଟକର
ନ କରିବା ଯଦି ପ୍ରତିକାର,,।।
ପୃଥିବୀପୃଷ୍ଠରେ ତିନି ଶତକଡା
ଅଛି କେବଳ ମଧୂର ଜଳ,
ପ୍ରାଣୀ ଓ ଉଦ୍ଭିଦ ବଞ୍ଚି ରହିବାକୁ
ହୁଅନ୍ତି ସବୁ ନିର୍ଭରଶୀଳ,,।।
ଦୁଇ ଉଦଜାନ ଗୋଟେ ଅମ୍ଳଜାନ
ପାରମାଣୁରୁ ହୁଏ ତିଆରି,
ବହୁ ମୂଲ୍ୟବାନ ଜଳ ହିଁ ଜୀବନ
ରଖିବା ତେଣୁ ସାଇତିକରି,,।।




ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା,ଗଞ୍ଜାମ