କହିବୁକି ଥରେ ଏମାୟା ସଂସାରେ
କାହିଁକି ହୋଇଛୁ ଛନ୍ଦି
ମିଛ ଏଦୁନିଆ ମିଛ ଦିଆନିଆ
ଦୁଇ ଦିନପାଇଁ ବନ୍ଦି !!

କର୍ମଫଳ ତୋତେ ଆଣିଛି ଧନରେ
ମାୟା ସଂସାରକୁ ଟାଣି
ବେଳ ଥାଉ ଥାଉ ଫେରିବୁ ଧନରେ
ନ ହେଲେ ଖାଇବେ ଝୁଣି !!

ସମୟ ସୂଚାଏ ଜୀବନର ମାନେ
କାହିଁକି ହୁଁକାର ଶବ୍ଦ
ଆଜି ମଲେ କାଲି ଦୁଇଦିନ ହେବ
ଭୁଲିବୁ ଜୀବନ ଛନ୍ଦ !!

ମଲା ମଲା ବୋଲି ବାହୁନି ହେବେରେ
ଭାଳିବେ ଆପଣା ଜନ
ଶ୍ମଶାନରେ ଚିତା ଜଳିବା ଆଗରୁ
ବଖାଣିବେ ତୋର ଜ୍ଞାନ !!

ଆସିଛୁ ଏକାରେ ଚାଲିଯିବୁ ଏକା
ଛାଡ଼ିଯିବୁ ସବୁ ସ୍ମୃତି
କିଞ୍ଚିତ ଜୀବନେ ଅଘଟଣ ଯେତେ
ରହିଯିବ ମୂକସାକ୍ଷୀ !!

ତିଳ ତିଳ ହୋଇ ଯାହାପାଇଁ ତୁହି
ସଞ୍ଚିଅଛୁ ନିଜେ ଜଳି
ଆଖି ବୁଜିଦେଲେ ଭୁଲିବେ ବାବୁରେ
କରୁଥିଲେ କେତେ ଅଳି !!




ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ