ଯା ଦେବୀ ସର୍ବଭୁତେଷୁଃ - ବରଦା ପ୍ରସାଦ ରଥ

0
ମୁଁ ହୋଇପାରେ ରାଧା
ଦେଇପାରେ ଅଭିମାନୀ ପ୍ରିୟାର ମହକ,
ଭଲପାଏ, ନିଃସର୍ତ୍ତରେ ମାତୃତ୍ବର ପରାକାଷ୍ଠା ନେଇ...
ମୁଁ ହୋଇପାରେ ଶାପଗ୍ରସ୍ତ ପାଷାଣୀ...
ପାଦସ୍ପର୍ଶରେ ପାଲଟିଯାଏ ସୁନ୍ଦରୀ ଅହଲ୍ୟା
ମୁଁ ହୋଇପାରେ ବୈଦେହୀ ସୀତା...
ନେବାପାଇଁ ବନବାସ,
ଲୁହରେ ପୋଡି ଦେଇପାରେ ସ୍ବର୍ଣ୍ଣଲଙ୍କା....
ନିଧନ ହୁଏ ଲଙ୍କପତି ରାବଣ
ମୁଁ ହୋଇପାରେ ଯାଜ୍ଞସେନୀ....
ମହାଭାରତର ପାଞ୍ଚପତିର ନାୟିକା କ୍ରିଷ୍ଣା
ଧ୍ବଂସକରେ ହସ୍ତିନାପୁର ସିଂହାସନ,
ନିଧନ ହୁଏ,
କୌରବ କୂଳଶ୍ରେଷ୍ଠ ମାନଗୋବିନ୍ଦ ଦୁର୍ଯ୍ୟୋଧନ
କିନ୍ତୁ........
କେବେ ନୁହେଁ ମୁ ଅବଳା, ଦୁର୍ବଳା
ପାଲଟି ଯାଇପାରେ ମଧ୍ୟ ମହିଷାମର୍ଦ୍ଦିନୀ ଦୁର୍ଗା
ସଂସାରରୁ ବିନାଶ କରିବା ପାଇଁ
ରାକ୍ଷସରୂପୀ ଅବତାରୀ ମାନଙ୍କୁ......

Post a Comment

0Comments
Post a Comment (0)