କହ ସଖୀ ଥରେ ଶ୍ରାବଣୀ ନ ହୋଇ
ବାସନ୍ତୀ ହେବୁ କି ମୋର ,
ଗ୍ରୀଷ୍ମର ଉଦାସେ ମଉଳା ମନକୁ
ପୋଛିବ ହିମ କାକର ।
ମନ ଈନ୍ଦ୍ରଧନୁ ହୋଇବ ବନ୍ଦାରୁ
ତୁମ ସଙ୍ଗ ମେଚକର,
ସପ୍ତମ ସ୍ବର୍ଗରେ ଆସିବ ବିଭାତ
ଧରି ପଞ୍ଚଧା ଶୃଙ୍ଗାର।
ଥମିବ ସଂବର୍ତ୍ତ ମନ ମିଳନର
ଉଇଁବ ନୂଆ ସୂରୁଜ,
ପ୍ରେମର ଅପଗା ଧୋଇ ଦେଉଥିବ
ବାଜିବ ଶାନ୍ତ ମୂରଜ ା




ପ୍ରଶାନ୍ତ କୁମାର ସାହୁ