ମୋ ଗାଁ ନଈ କୁ କରି ଦୃଶ୍ୟମାନ
ହଜିଯାଏ ମୁଁ ବାଲ୍ୟ କାଳେ
କେତେ ସନ୍ତରଣ କେତେ ସ୍ନାହାନ
କରିଥିଲି ଦିନେ ତାରି କୋଳେ

ମୋ ଗାଁ ନଈ ଧାରେ
ଅଛି ମୋ ପ୍ରଥମ ବିଦ୍ୟାମନ୍ଦିର
ପାଠ ପଢ଼ିଥିଲି ଶିଖିଥିଲି ଭାଷା
ସେଇଠି ଅଛି ମୋ ସଠୀଘର



ମୋ ଗାଁ ନଈରେ ଜୁଆର ଆସିଲେ
ହୀରା ର ରୋଷଣୀ ସାଜେ
କେତେ ମାଛରଙ୍କା କେତେ ପାଣିକୁଆ
ରାବିଲେ ମହୁରୀ ବାଜେ

ମୋ ଗାଁ ନଈ ର ଅଳସୀ ଢେଉରେ
ଯେବେ ସୁରୁଜ କିରଣ ପଡେ
ମୋତେ ଲାଗେ ଅବା ରୂପସୀ ପରୀର
ସୁନେଲି ପଣତ ଉଡେ



ନଈ କୁଳ ଧାର ଆମ୍ବ ତୋଟା ଦେଇ
ଯେବେ ଫଗୁର ମଳୟ ଆସେ
ସେପାରି ସୁନ୍ଦରୀ କରେ ମନ ଚୋରି
ସତେ କି ମୋ ମନେ ବଉଳ ବାସେ

ବୈଶାଖ ମାସ ରେ ବଢିଲେ ଖରା
ଛପର ପାଇଁ ଘର ହୁଏ ଓଲରା
ବଦଳେ ବାଉଁଶ ବଦଳେ ଆଶ୍ରା
କିଆ ନଈ ପାଣି ରେ ହୁଏ ବତୁରା



ନଈ ସେପରି ରେ ମୋ ପ୍ରିୟା ଗାଁ
ଆଉ ଏପାରି ରେ ଆମ ଗାଁ
ଏପାରି ବାଟୋଇ ସେପାରି କରୁଛି
ଆଜି ବି ଘାଟ ର ପୁରୁଣା ନାଆ

ଗାଁ ନଈ ରେ ବନ୍ୟା ଆସିଲେ
ଜାଗିଉଠେ ଆମ ଗାଁ ଡାହାଣୀ
ବଦଳିଯାଏ ନଈ ର ଚାହାଣି
ଆଈମା କହିଥିଲା ସେହି କାହାଣୀ



ଗାଁ ନଈ ରେ ଶୀତଳ ଜହ୍ନ ର ଜୋସନା
ଅବା ତାରା ଙ୍କ ମେଳ ର ଝିଲିମିଲି
ସବୁ ଝଲକେ ନଈ ର ତରଙ୍ଗ ଧାରେ
ଦେଖେ ମୁଁ ବସି ହୃଦୟ ଦ୍ୱାର କୁ ଖୋଲି

ବାର ମାସ ରେ ତେର ପରବ
କାର୍ତିକ ମାସ ର ଡଙ୍ଗୀ ଭଶାଣ
ମୋ ଗାଁ ନଈ କୁଳେ ହୁଏ ମେଲଣ
ସବୁ କରିଛି ମୋ ଗାଁ ନଈ ସ୍ମରଣ



କେତେ ଖରାବେଳ କେତେ ଅପରାହ୍ନ
ଚୋରା ପ୍ରଣୟ ର ଗାଥା
ସେଇ ନଈ ଧାର ମୁକ ସାକ୍ଷୀ ତାର
ଭାବି ବିଚଳିତ ହୁଏ ମଥା

ମୋ ଗାଁ ନଈ ର ଦୁଇଟି ପାର୍ଶ୍ଵ ରେ
ବିସ୍ତୀର୍ଣ୍ଣ ସେହି ସବୁଜ ଲତା ର ବନ
କୋଇଲି କଣ୍ଠ ରେ ମଧୁର ଗାନ
ଶୁଣି ଉଲ୍ଲାସିତ ହୁଏ ମୋର ମନ



ନଈ କୁଳେ ସନ୍ଧ୍ୟା ରେ ଯେବେ ବସେ
ସୁଲୁ ସୁଲୁ ହୋଇ ମଳୟ ପବନ ଆସେ
ପକ୍ଷୀ ରାଇଜର ପ୍ରତ୍ୟାବର୍ତ୍ତନ ଦେଖି
ମନ ର ଭାଷା କୁ କବିତା କରି ଲେଖେ

ସୁରୁଜ ଉଇଁଲେ ସୁରୁଜ ବୁଡିଲେ
ଗାଁ ନଈ ବଦଳାଏ ତାର ବେଶ
ତାରି ତିରେ ସାଇତା ପିଲାଦିନ
ତାକୁ ଆଉ କିଏ ଭୁଲି ପାରିବ



ଗାଁ ନଈ କୁଳେ ଅଛି ମୋ ଜୀବନ ସ୍ମୃତି
ହୋଇଛି ଆରମ୍ଭ ହେବ ଦିନେ ଏଠି ଇତି






ପ୍ରକାଶ ସାହୁ