ୠତୁମାନେ ନିରଵଛିନ୍ନ ଭାବେ
ଅଜାଡି ଦେଉଥିଲେ ଖୁସିର ସମ୍ଭାର
ପୁଲକିତ ହେଉଥିଲା ପ୍ରତିଟି ମୁହୂର୍ତ୍ତ
ଆଜିକିନ୍ତୁ ସେସବୁ କେଉଁଠି ଲୁଚିଯାଇଛି !
ଖାଁ ଖାଁ ଲାଗୁଛି ପୃଥିବୀଟା,
ନା ଅଛି ଝରଣାର କୂଳୁକୂଳୁ ତାନ,
ନା ଅଛି ବିହଙ୍ଗର ବିଚରଣ,
କେଉଁଠି ଅଦିନେ ବରଷା,
ପୁଣି କେଉଁଠି ଝଡ଼.....
କେଉଁଠି ମରୁଭୂମି ପ୍ଲାବିତ ହେଲାଣି
ବୈଶାଖୀ ଝାଞ୍ଜିର ଆବରଣ ଛାଡି,
ପୁଣି କେଉଁଠି ଚିରସ୍ରୋତା ନଦୀ
ପୂର୍ଣ୍ଣଛେଦ ଟାଣିଲାଣି ଛାଡି ଶୂନ୍ୟରଡ଼ି........!!
କିନ୍ତୁ ଆମେ ଆଜିବି ସୁପ୍ତ !
କେବେ ଆଉ ବୁଝିବା ପ୍ରକୃତିର ଅକୁହା କଥାକୁ !
ନିଜର ସବୁକିଛି ସମର୍ପି ଦେଇ,
ସେ ଆଜି ହତାଶ......,
ସମସ୍ତଙ୍କ ମନରେ ଖୁସି ଭରିବାକୁ
ଆଜିବି ସେ କରୁଛି ପ୍ରୟାସ..... !!!
ଆମେ ଛଡେଇ ନେଇଛେ ତା କୋଳରୁ ତା'ର ସବୁଜିମା,,,
ଲୁଟି ନେଇଛେ ତା'ର ସର୍ବସ୍ବ....!
ସେ ଆଜି ଆଉ ସହିପାରିନି
ଧୀରେ ଧୀରେ ଆମକୁ ସୁଚେଇବାରେ ଲାଗିଛି,,
ଆମେ ଆଉ କେବେ ବୁଝିବା,,
ପ୍ରକୃତି କହୁଛି.......
ଏଇଦେଖ ସେବେଳ ଆଜି ଆସିଯାଇଛି.....,!!!!
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ
