ହୁଏ କେତେ ଉପକାର,
ସବୁ ଜାଣି ଶୁଣି ବନ୍ଧୁ
କାହିଁ କର ଅବିଚାର,,,।।
ଅମ୍ଳଜାନ ଦିଏ ସେ' ତ
ଆଉ କେତେ ଫଳ ମୂଳ,
ଖାଦ୍ୟ ରୂପେ ଖାଇ ତାକୁ
ଶରୀରେ ଆଣୁଛେ ବଳ,,,।।
ନିୟନ୍ତ୍ରଣ କରେ ପୁଣି
ଆଶିଲେ ସଙ୍କଟ ମାଡି,
ବିପଦରୁ ରକ୍ଷାକରେ
ଥମେଇ ବତାଶ ଝଡି,,,।।
ଏହିପରି କେତେ କାର୍ଯ୍ୟ
କରେ ବିନା ସ୍ୱାର୍ଥରେ
ଆମେ କୁହ କାହିଁ ପାଇଁ
ଦୋଷୀ ହେବା ତା' ପାଖରେ,,,।।
ପ୍ରକୃତି କୋଳରେ ଚାଲ
ଭରିଦେବା ସବୁଜିମା,
ଗଛ ଭଳି ବନ୍ଧୁଙ୍କର
ବୃଦ୍ଧିକରି ପରିସୀମା,,,।।
ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ
