ସେଇ ଗୋଟିଏ କଥାର ଖିଅକୁ ଧରି
ଆଜି ଅନେକ ଦୂର ପାରି ହୋଇଯାଇଛି...
ଏଠି ତ କାକଳି ଶୁଭୁ ନାହିଁ,
ପଛରେ ଛାଡିଦେଇ ଆସିଛି
ସବୁଜ ବନାନୀ...
ଧୂ ଧୂ ଖରାରେ ଆଉ କେତେ ବାଟ ଚାଲିବ
ମରିଚିକାର ମୋହରେ !
ରାତିଟା ତ ଧୂଳିଝଡରେ ମଗ୍ନ...
ଅଟକିବାର ଅବକାଶ କାହିଁ ଯେ,
ସପନ ଦେଖିବ......
ଫୁଲଚୁଇଁର ଖଣ୍ଡି ଉଡା ପଛେପଛେ ଧାଇଁବ...
ସକାଳ ଓ ସନ୍ଧ୍ୟାର କାକରକୁ
ଦେହରେ ବୋଳିହେବ...
ସବୁତ ଏଠି ପାଷାଣର ଅନ୍ତରଙ୍ଗ !
ଛଦ୍ମବେଶୀ କର୍ମଶାଳାର ସହକର୍ମୀ !
କାହାକୁ ପଚାରିବ ଫେରିବାର ଉପାୟ !
ସଭିଏଁ ତ ନୂଆ ରଙ୍ଗ
ଖୋଜିବାରେ ବ୍ୟସ୍ତ...
ଦେଖି ଦେଖାଇ ନିଜକୁ
ପାସୋରିଯିବା ପାଇଁ...
ଯେବେ ଅନନ୍ତର ନିର୍ବାସନ
ଦିଶେ ରଙ୍ଗହୀନ ।



ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା