କାହିଁକି ?
ମୁଠାଏ ହତାଶା କୁ
ଛାତିରେ ଚାପି ଧରି
ମୁଁ ଚାଲିଛି
କୁହୁଡି ସକାଳରେ
ସୁନା ଖରା ଟିଏ
ଖୋଜିବାକୁ...

ହଠାତ୍-
ଅଦୃଶ୍ୟ ଇଲାକାରୁ
ଜୀବନ୍ତ ସ୍ମୃତି ସବୁ ଆସି
ଲୁଟି ନେଇ ଯାଏ
ପ୍ରତୀକ୍ଷା ର ମୁହୂର୍ତ୍ତ
ସବୁକୁ...


ତଥାପି-
ମହଲତ୍ ମାଗିବସେ
ନିଷ୍ଠୁର ସମୟ କୁ
ମନେ ପଡେ
ଏମିତି ଏକ ଏକାନ୍ତରେ
କହିଥିଲ ଦିନେ
ମୋ ହାତ ଧରି
ଜୀବନ ବାଟ
ଚାଲିବାକୁ...

ଏମିତି-
ମିଳନ ବିଚ୍ଛେଦ ର
ତାଲିକା ଟିଏ
ପ୍ରସ୍ତୁତ କରୁକରୁ
ସ୍ମୃତିର କବର ତଳୁ
ଫେର୍ ଚେଇଁ ଉଠେ
ନିସ୍ତେଜ ଜୀବନ
ଅନ୍ୟମନସ୍କ ହୋଇ
ଇଙ୍ଗିତ କରେ
ଶେଷ ଆୟୁଷ
ଆଡକୁ...






ଗୋପାଳ ଚନ୍ଦ୍ର ସାଓ, ବାରିପଦା, ମୟୂରଭଞ୍ଜ