ଅସରନ୍ତି ବାଟ କବିର କବିତା
କେବେହେଲେ ସରେନାହିଁ,
ଲେଖୁଥିଲେ ଯେତେ ଅଧା ରହିଯାଏ
ଆହୁରି ଲେଖିବା ପାଇଁ ॥

ସୃଷ୍ଟିର ସର୍ଜନା କବିର କଳ୍ପନା
ରଙ୍ଗମଞ୍ଚ ଅଭିନୟ,
ଭାସିଯିବ ଦିନେ କରାଳ ଗର୍ଭରେ
ଦେଇ ତାର ପରିଚୟ ॥


ଥରେ ଯିଏ ଯାଏ ନ ଫେରଇ କେବେ
ଯେତେ ଦେଲେ ଶ୍ରଦ୍ଧାଞ୍ଜଳୀ,
ଲେଖାଟିଏ ତାର ସାର୍ଥକ ହୁଅଇ
ଦେଉଥିଲେ ପୁଷ୍ପାଞ୍ଜଳୀ ॥

କବିତାଟି ଆଣେ ମନରେ ଆନନ୍ଦ
ଦେବତାଙ୍କ ଲାସ୍ୟମୟୀ,
କବି ଚାଲିଯାଏ କବିର କବିତା
ହୋଇଥାଏ କାଳଜୟୀ ॥






ବରଦା ପ୍ରସାଦ ରଥ, ରାୟଗଡା, ଓଡିଶା