କୁକର୍ମ ର ଫଳ - ତୃପ୍ତି ପଣ୍ଡା

0
କଳିର କରାଳ ଛାୟା କବଳିତ
କରିଛି ଜଗତ ସାରା
ଭରଷା ଲୋକତ ବିଶ୍ଵାସ ଭାଙ୍ଗୁଛି
ଭାଇତ ଭଗାରି ହେଲା,
ରକତର ଡାକ ରକତ ଶୁଣୁନି
ଛନ୍ଦ କପଟ ଭରା
ମିଛ ମାୟା ଭରା ଏଇ ସଂସାରରେ
କପଟ ମାୟା ଘେରା,
ରାଗ,ଦ୍ବେଷ ଏଠି ମଣିଷ ସ୍ବଭାବ
ପର ପଥେ କଣ୍ଟା ବିଛାଇ
ଭାବି ବସୁଛି ବଡ କାମ କଲା
ଜିତି ଗଲା ପରା ସେହି,
ଦୁନିଆକୁ ସିନା ଠକି ଦେବୁ ତୁହି
ଠକିବୁ କି ଚକାଆଖି
ଅପଲକ ସେଇ ନୟନ ଯୁଗଳେ
ସବୁ ଦେଖୁଅଛି ରହି,
ହିସାବ ରଖୁଛି ସୁଖ ଦୁଃଖ ପୁଣି
ପାପ ପୁଣ୍ୟ ର ଭାରା
ସତ୍ ଧର୍ମ ର ପଥରେ ଗଲେ
ହୋଇବେ ପରା ସେ ସାହା,
ଅନିତି ,ଅନ୍ୟାୟ କୁ କର୍ମ ର ଫଳ
ଯେତେବେଳେ ହେଲେ ପାଇବୁ
ଏ ଜନ୍ମେ ଯଦିବା ପ୍ରାରବଧ ଭୋଗୁଛୁ
ଆର ଜନ୍ମେ ଦଣ୍ଡ ପାଇବୁ ।।।।।



ତୃପ୍ତି ପଣ୍ଡା, ମାଟିଆପଡା, ପୁରୀ

Post a Comment

0Comments
Post a Comment (0)