କୀଳିତ ଜୀବନେ ମୋ
ପାଇନାହିଁ ଅବସର ଭାବିବାକୁ,
ମୁଁ ମୋର କେବେ ହେବି
ଗଢିବାକୁ
ମୋ ନନ୍ଦନକାନନ,
କେଉଁ ଅଦୃଷ୍ଟ ନିଶାପର ଇଗିଂତରେ
ନିଶ୍ଚେଟ ମୁଁ,
ଉତ୍ତରସାଧକ ସାଜି ସାଉଁଟୁଛି
ତହବିଲ ମଧୁ ଅତୁଳନ ।
ଦୁର୍ଘଟ ପ୍ରତିଯୋଦ୍ଧାଟିଏ ମୁଁ
ଛାଡି ବାସ୍ତୁରା ଜୀବନ,
ଆବୋରିଛି ନିଷିଦ୍ଧ ଏ ବଗଚରା
ଯହିଁ ସଦା ପ୍ଳାବିତ ଝରା ଭାନୁଜା,
ଏ'ତ ସଂସାରର ବିମୋହନ ।
ଆସମାନୀ ପୀୟୂଷକୁ ଦେଖି
ନ ଗାଅ ଚର୍ଚ୍ଚରୀ...
ଭାଗିଂ ମୋର ସ୍ବପ୍ନ
କରି ପୁଳାପୁଳା,
ଏ'ତ ବରଦାନ ତୁମ ପାଇଁ ବନ୍ଧୁ
ପବିତ୍ର ରଞନ ମୋ ଦିବି-
ଏ ଝୁଲା ମଧୁଶାଳା ।


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା