ଶ୍ରାବଣ ରାତିରେ ବିଜନ ବେଳାରେ
ମୋ ହୃଦୟ ପରିଧିରେ
ପ୍ରୀତିର ସ୍ପନ୍ଦନେ ପ୍ରେମ ଗୁଞ୍ଜରଣେ
ସାଜି ଶିଳ୍ପୀ ମଉନରେ ॥
ଗଢିଥିଲି ତୁମ ପ୍ରେମକଳ୍ପଟିଏ
ସୌନ୍ଦର୍ଯ୍ୟ ତା' ଅପରୂପ
ଆଙ୍କିଥିଲି କେତେ ରଙ୍ଗବେରଙ୍ଗର
ମନଲୋଭା ମୁକ୍ତାଶିଳ୍ପ ॥

ଭାବିତ ନଥିଲି ପାଲଟିବ ବୋଲି
କଳ୍ପନାର ଇତିହାସ
ପାନ୍ଥଶାଳା ମୁଁ ବସି ପଥଧାରେ
ଚାହିଁଅଛି ତୁମ ପଥ ॥
ଫେରିବ ଶ୍ରାବଣ ଫେରିବ ସେ ରାତି
ମନରେ ହଜାରେ ଆଶା
ସପନେ ହଜିଛି ପ୍ରୀତିର ଫଗୁଣେ
ହୃଦୟେ କୋଟିଏ ନିଶା ॥





ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମଙ୍ଗଳାଯୋଡି, ଖୋରଧା
ଦୂରଭାଷ – ୯୪୩୭୧୮୩୯୩୭