ଫିକା ଫିକା ଲାଗେ ମଳୟ ସୁଗନ୍ଧ,
ତୋ ଦେହ ମହକ ଆଗେ ।
ପ୍ରୀତିରେ ପ୍ରେମତ ଭାରି ଉନ୍ମାଦିତ,
ଆଜିର ଏ ପ୍ରିତିପର୍ବେ ।
ଥାଉ ଚାନ୍ଦିନୀ ଲୋ ଫୁଲେଇ ହୁଅନା,
ଖୋଲିଦିଅ ଗଭା ଗଜରା ।

ଆଙ୍କିଦେବି ଆଜି ଗୋଲାପୀ ଓଠରେ,
ପୀରତି ଚୁମ୍ବନ ଧାରା ।
ଗୋଟାପଣେ ଆଜି ଶିହରି ଯିବ,
ତୁମରି କୋମଳ ଦେହ ।
ଉର୍ମିରୁ ଅଧିକା ଯୌବନର ଢେଉ,
ଭାଙ୍ଗିବ ଧର୍ଯ୍ୟର ବାଡ଼ ।



ଗୋଟିଏ ସ୍ପର୍ଶ ରେ ଆଉଜିପଡିବ,
ମୋ ଛାତି ଉପରେ ପୁଣି ।
ଦୀର୍ଘ ନିଶ୍ୱାସେ ଅସ୍ଥିର ହୋଇବ,
ରହି ରହି କିଛି କ୍ଷଣି ।
ଆସ ଆସ ଆଉ ଅଳସୀ ହୁଅନା,
ଖୋଲିଦିଅ ବିଭୂଷଣ ।

ସତୀ ହେଲେବିତ ବିବସନା ହେବା,
ଏହିତ ପର୍ବର ନିୟମ।
ରୁଦ୍ଧ କୁଟୀରରେ ଲିଭାଇ ଦିଅଗୋ,
କରିବା ଗୁପ୍ତ ମନ୍ତ୍ରଣା ।
ମୋ ପ୍ରେମର ମୂଲ୍ୟ ମଧୁଚନ୍ଦ୍ରିକାରେ,
ପ୍ରୀତିପର୍ବେ କର ଭରଣା ।
ପ୍ରାଣ ମିତଣୀ ମୋ ଲଜ୍ୟା ତେଜିଆସ,
ଶଯ୍ୟା ସଙ୍ଗିନୀ ସାଜିବ ।
ଧର୍ଯ୍ୟ ଆଉନାହିଁ ଦେହ ମହକରେ,
ପାଳିଯାଅ ପ୍ରୀତିପର୍ବ ।






ସିମାଞ୍ଚଳ ରଣା, କୁର୍ତ୍ତମଗଡ, କନ୍ଧମାଳ