ଅପେକ୍ଷାର ଅନ୍ତେ ଆସିଛି ଆଜି
ହିନ୍ଦୁ ନବ ବର୍ଷ ସାଥୀ
ଆଶା ବି ଅନେକ ମନେ ଉଙ୍କିମାରେ
ଉଡି ଯାଏ ମନ ପକ୍ଷୀ !

ବସନ୍ତ ଛୁଆଁରେ ସବୁଜ ବନାନୀ
କୄଷ୍ଣଚୂଡା ସାଥେ ନେଇ
ସଜେଇ ହେଉଛି ନବବର୍ଷ ଲାଗି
ଚଇତି ମାରୁଛି ହାଇ !



ସଭିଙ୍କର ମନ ଆଜି ଯେ ହରଷ
ଆସିଛି ନୂଆ ବରଷ
ବଉଳ ଚହଟେ ଗାଆଁ ଦାଣ୍ଡ ସାରା
ଝରି ଯାଏ ମଧୁ ରସ !

ଗଢ଼ିବାକୁ ହେବ ନୂତନ ଓଡ଼ିଶା
ମନରେ ଅନେକ ଆଶା
ଚଇତି ସଞ୍ଜର ଚୈତାଳି ଛୁଇଁଛି
ସେଲାଗି ଘାରିଛି ନିଶା !



ଓଡ଼ିଆଙ୍କ ମନେ ଭାବନା ଅନେକ
ଉଡିଯାଏ ମନ ପକ୍ଷୀ
ଆଶା ଅସୁମାରୀ ଶିଖର ଛୁଇଁଛି
ସାହା ହେବେ ଚକା ଆଖି !




ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ