ବସନ୍ତ ହସୁଛି ପ୍ରକୃତର କୋଳରେ
ନୂଆ ପଲ୍ଲବିତ ଧରା
ଆମ୍ବ ବଉଳର ମହକ ଭିତରେ
ସ୍ମୃତି ଲାଗେ ଆତ୍ମହରା ।।

ଚୋରା ଚଇତାଳି ବହୁଅଛି ଥିରି
କୋଇଲି ଗାଏ ସଂଙ୍ଗୀତ
ମଧୂପ ଆନନ୍ଦେ ଚୁମ୍ବୁଛି ଫୁଲକୁ
ଗୁଣୁ ଗୁଣୁ ଗାଇ ଗୀତ ।।



ପ୍ରଜାପତି ମେଳ ଫୁଲ ଉଦ୍ୟାନଟି
ଲାଗେ ପାରିଜାତ ଶୋଭା
ହଳଦୀ ବସନ୍ତ ହୋଇଛି ଅତିଥି
ଲାଗେ ଅତି ମନଲୋଭା ।।

ନିର୍ମଳ ଦିଶଇ ଗଗନର ବୁକୁ
ବୃକ୍ଷ ମୂଳେ ହସେ ଛାଇ
କେତେ ଜନ ଜୀବ ଆନନ୍ଦ ଲଭନ୍ତି
ଏହି ଶୀତଳତା ପାଇ ।।



କୃଷ୍ଣଚୂଡା ବାସେ ଭ୍ରମର ପ୍ରେମିକ
ସାଜି ଅଛି କଳାକାହ୍ନୁ
ପୀରତି ରାଗିଣୀ ଗାଉଛି ଆନନ୍ଦେ
ଚୁମ୍ବଇ କୁସୁମ ତନୁ ।।

ମହୁଲ ବାସୁଛି ମହ ମହ ହୋଇ
ହସୁଛି ଯୌବନ ତାର
ବସନ୍ତକୁ କରି ଆପଣା ପ୍ରେମିକ
ଏହି ତା' ର ଉପହାର ।।






ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ