ମଣିଷ ଖୋଜୁଛି ଧନ
ମିଛ ଧନ ଠାରୁ ସମ୍ପର୍କ ବାବୁରେ
ଅଟଇ ଟି ମୂଲ୍ୟବାନ ।।।
ଅରଜିଲେ ଧନ ବଢେନାହିଁ ମାନ
ମରଣ ହୋଇବା ଯାକେ
ଗଲାପରେ ଜୀବ ଅମର ରହିବ
ମହତ ଥିଲେ ଏ ଲୋକେ ।।।
କରିବାକୁ ଅଛି ଈଶ୍ୱରୀୟ କର୍ମ
ମନ ଦେଇ ସେବା ବ୍ରତେ
ପର ଉପକାରେ ଜୀବନ କାଟିବୁ
ଖୁସି ବାଣ୍ଟି ପର ହିତେ ।।।
କର୍ତ୍ତବ୍ୟ ପଥରେ ଚାଲିବୁ ବାବୁରେ
ସତ୍ୟକୁ କରିଣ ସାଥି
ଅଦୃଶ୍ୟ ଶକ୍ତି ତୋ ସହିତରେ ରହି
ହରିବ ସବୁ ବିପତ୍ତି ।।।
ସେଇ ତୋର ଧନ ସାଥିରେ ଥିବରେ
ପୁଣ୍ୟ ଯାହା ଥିବ ବଳେ
ପୁଣ୍ୟ ନୁହେଁ ବାବୁ ଈଶ୍ୱର ପୂଜିବା
କପଟରେ ଅବା ଛଳେ ।।।
ଅନ୍ୟର ଦୁଃଖ କୁ ପୋଛିବୁ ଆନନ୍ଦେ
ମିଳାଇ କାନ୍ଧରେ କାନ୍ଧ
ପରଲୋକ ଯାତ୍ରା କରିବା ପାଇଁକି
ଅଣ୍ଟିରେ ଆଧାର ବାନ୍ଧ ।।।
ସେ ଆଧାର ତୋତେ ପୋଷଣ ଯୋଗାଇ
ଦେବଟି ବୈକୁଣ୍ଠେ ସ୍ଥାନ
ଆତ୍ମା ପ୍ରଦୀପ ଟା ପରମାତ୍ମା ପାଦେ
ହୋଇବ ବାବୁରେ ଲୀନ ।।
ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଚକାପଦା, ବେଗୁନିଆ, ଖୋରଧା
