ଭିନ୍ନ ଏକ ଦରବାର - ଗୋପାଳ ଚନ୍ଦ୍ର ସାଓ

0
ଶପଥ ନେଇଛି
ମୋ ଆଖି ଆଗରେ
ହେବାକୁ ଦେବିନି
ଆଉ ଗୋଟେ
ବଳାତ୍କାର....
ପାଖରେ କେହି
ଥାଉ କି ନ ଥାଉ
ପୋଲିସ ପ୍ରଶାସନ
ଅଥବା ସରକାର...
ଅନ୍ତତଃ ମୁଁ
ଲଢିଯିବି ଗୋଟେ
ଭାଇ ର ନେଇ
ଅଧିକାର...
କରିବି ବଳାତ୍କାରୀ ର
ନିସ୍ତୁକ ପ୍ରହାର
ମନରେ ରଖି
ଏଇ ବିଚାର
ଆସ ଗଢିବା ଆମେ
ଭିନ୍ନ ଏକ
ଦରବାର...
ଯଉଠି ନଥିବ
ଜାତି ଧର୍ମ ବର୍ଣ୍ଣ
ଦଳ କିମ୍ବା ଚିହ୍ନ
ନ ଥିବ ଅର୍ଥ ବଳ
କି ଶକ୍ତିର ପ୍ରହାର
ଆଉ ନ୍ୟାୟ ପାଇଁ
ଜଗିବାକୁ ପଡିବନି
ବର୍ଷ ବର୍ଷ
ଆତ୍ମହତ୍ୟା
କରିବାକୁ ଡାକିବନି
ଘର ଭର୍ତ୍ତି
କଳା ଅନ୍ଧାର...
କରିବା ଆମେ
କଞ୍ଚା ବିଚାର
ନାଁ ହେବ ତାର
ଆମ ଜନତା
ଦରବାର...



ଗୋପାଳ ଚନ୍ଦ୍ର ସାଓ
ବାରିପଦା, ମୟୂରଭଞ୍ଜ, ମୋ-୯୯୩୭୦୪୬୯୯୮

Post a Comment

0Comments
Post a Comment (0)