ଚକ୍ଷୁ ଦ୍ୱୟର ପରିଧିର ବହୁ ଦୂର ଯାଏ
ନିର୍ବିକାରେ ପଡିରହିଥିବା ବିସ୍ତୀର୍ଣ୍ଣ
ଅସୁମାରୀ ବାଲୁକା ରେଣୁରେ ,
ଚାଲୁ ଚାଲୁ ଖୋଜିବୁଲେ କିଛି
ଅଜାଣତେ ହୋଇ ଆନମନା ।

ସାଗରର ଉତ୍ତାଳ ତରଙ୍ଗକୁ ହେଉ
ଅବା ସାନ୍ଧ୍ୟ କାଳୀନ
ରକ୍ତିମ ଗଗନର ଆଭାକୁ
ବିଗତ ଦିନର ସବୁ ସ୍ମୃତି
ଚାହିଁ ଦେଲେ ଝଲସି ଉଠେ ।

ଏଇତ କାଲି ପରି ଲାଗେ !
ଏଇଠି ତ ବସି ଜୀବନର
ସବୁ ଅନ୍ତରଙ୍ଗ ମୂହୁର୍ତ୍ତ କୁ
ଉପଭୋଗ କରିଛି ,
ସିକ୍ତ କରିଛି ମଧୁର ଚୁମ୍ବନ ରେ
ପ୍ରିୟତମା ର ଗଣ୍ଡଦେଶ ,
ତାର ଶିତଳ ସୂକ୍ଷ୍ମ ତନୁଟିରେ
ଭରି ଦେଇଛି ଉଷ୍ମତା ।

କିନ୍ତୁ ହାୟ !
ଆଜି ସେସବୁ ସ୍ମୃତି,
କେବଳ ସ୍ମୃତି,
କେବଳ ପୁରୁଣା ସ୍ମୃତି ।
କାଲି ତାକୁ ଦେଖି କବିତା ଲେଖୁଥିଲି
ଆଜି କବିତା ରେ ତାକୁ ଦେଖୁଛି ।।



ସଞ୍ଜୟ କୁମାର ପଣ୍ଡା (ଶିକ୍ଷକ)
ଓଡିଶା ଆଦର୍ଶ ବିଦ୍ୟାଳୟ, ବେତନଟୀ, ମୟୂରଭଞ୍ଜ
ମୋ-୯୭୭୮୯୫୦୦୯୨