ହେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ
ଘେନ ପ୍ରଭୁ ମୋ ପ୍ରଣାମ,
ଧରି ଧନୁ ବାଣ ପୁଣି ଥରେ ଆସ
ଧରାପୃଷ୍ଠେ ନେଇ ଜନମ,,।।

ତ୍ରେତୟା ଯୁଗରେ ବଧିଥିଲ ତୁମେ
କେବଳ ଗୋଟେ ରାବଣ,
ଏ କଳିଯୁଗରେ ନେଉଛନ୍ତି କିନ୍ତୁ
ତା'ଠୁ ଦୁୁୁଷ୍ଟ ଜନ୍ମ ଗ୍ରହଣ,,।।



ଛୁଇଁଥିଲା ଖାଲି ସେ ସୀତା ମାତାଙ୍କୁ
କରି ଯେ ଅପହରଣ,
ଆଜିର ରାକ୍ଷାସ ପାପିମାନେ କିନ୍ତୁ
ନାରୀଙ୍କୁ କରନ୍ତି ଧର୍ଷଣ,,।।

ସ୍ବର୍ଣ୍ଣମୟୀ ଲଙ୍କା ଭାଙ୍ଗି କଲ ଚୁନା
ରାକ୍ଷାସଙ୍କୁ କରି ନିଧନ,
ଏ ପାପୀ ମାନଙ୍କୁ ଆଣ ହେ ମାର୍ଗକୁ
ପ୍ରଭୁ ଦଶରଥ ନନ୍ଦନ,,।।



ଅଧର୍ମକୁ ନାଶି ଧର୍ମ ଦିଅ ସ୍ଥାପି
ନଭୋଗୁ କେହି କଷଣ,
ସ୍ନେହ,ଶ୍ରଦ୍ଧା,ପ୍ରୀତି ଭରିଦିଅ ଶାନ୍ତି
ହୃଦୟ ଯା'ର ପାଶାଣ,,।।




ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ