ଶାସନ ଵ୍ୟଵସ୍ଥା ହେଉ ସକ୍ରିୟ - ଜିତେନ୍ଦ୍ର ସାହୁ

0
ଦୁର୍ନୀତିର ମୂଳ ଵେଳକୁ ଯେ ଵେଳ
ଅକ୍ତିଆର କରେ ସମଜାକୁ,
ଅନ୍ୟାୟ ଅନୀତି ପାପଭାର ନିତି
କଳୁଷିତ କରେ ଜନତାଙ୍କୁ ।।

ଅସୁସ୍ଥ ରାଜନୀତି ଜନତାଙ୍କ ପ୍ରତି
ହେଉନି କଦାପି ସହାୟକ,
ଆମରି ଦେଶରେ ରକ୍ଷକ ସତରେ
ନିଜେ ହିଁ ସାଜୁଛି ସେ ଭକ୍ଷକ ।।


ଗଣତନ୍ତ୍ର ଆମ କ'ଣ ତାର କାମ
କିସ ନିୟମ ଜୀଵନଧାରା,
ସଵୁ ଜାଣି ମଧ୍ୟ ହେଉ ଆମେ ଵାଧ୍ୟ
ଵଦଳେଇଵାକୁ ଚିନ୍ତାଧାରା ।।

ହୋଇ ଦେଶ ସ୍ଵଚ୍ଛ ହେଉ ମୂଳ ଲକ୍ଷ୍ୟ
ସଭିଙ୍କୁ ମିଳୁ ନିଜର ଅଧିକାର,
ନିର୍ଜନ ରାସ୍ତାରେ ଚାଲି ଵହୁଦୂର
ଭୟ ଦୁରହେଉ ନାରୀଟିର ।।


ଗଣତାନ୍ତ୍ରିକର ତା ମୁଲ୍ୟଵୋଧର
ନହେଉ ଆଉ ଅଵକ୍ଷୟ,
ସମୁହ କଲ୍ୟାଣେ ଦେଶର ସମ୍ମାନେ
ଶାସନ ଵ୍ୟଵସ୍ଥା ହେଉ ସକ୍ରିୟ ।।



ଜିତେନ୍ଦ୍ର ସାହୁ, ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)