ହରିହର ଭେଟ - ରଶ୍ମି ରଞ୍ଜିତା ମିଶ୍ର

0
ରଶ୍ମି ରଞ୍ଜିତା ମିଶ୍ର (ରୋଜି)
ବ୍ରାହ୍ମଣକୁଶଡିହ, ବାଲୁଗାଁ, ଖୋରଧା

କି ଲାଭ ପାଉଛ ଭାଇ ରହୁଛ ଅନିଦ୍ରା
ମନ ଉପବନେ ତବ ଭରିଅଛି ତନ୍ଦ୍ରା ।।

ବରସକେ ଥରେ ଶିବ ବେଢାରେ ପ୍ରବେଶି
ଘୃତ ଦୀପ ଜାଳିଲେ କି ପାପ ଯିବ ଖସି ।।


ହୃଦ କପିଳାସେ ବିଜେ ସ୍ଵୟଂ ଉମାପତି
ପ୍ରେମର ଦୀପାଳି ଜାଳି କର ବାରେ ସ୍ତୁତି ।।

ପ୍ରତିଦିନ ଉଙ୍କିମାରୁ ମନରେ ଜାଗର
ଜାଗ୍ରତ ପ୍ରହରୀ ହୁଅ କର୍ମେ ଆଗଭର ।।


ଅଫୁରନ୍ତ ଆନନ୍ଦ ଯାଗୁଁ ହୃଦୟରୁ
ମନ ଝରଣା ରୁ ତବ ପ୍ରେମ ସୁଧା ଝରୁ ।।

କେତକୀ ହୋଇଣ ଫୁଟ ସଂସାର ଉଦ୍ୟାନେ
ପ୍ରିତି ଫାଶେ ବାନ୍ଧି ରଖିଥାଅ ପ୍ରିୟଜନେ ।।


ହରିହର ଏକଠାବେ ହୋଇବେ ପ୍ରକଟ
ପବିତ୍ର ହେବ ନୟନ କଟିବ ସଙ୍କଟ ।।

Post a Comment

0Comments
Post a Comment (0)