ମୋ ଜୀବନେ ଆ...
ଦୀପଶୀଖା ଟିଏ ହୋଇ
ଅନ୍ଧାରରେ ମତେ
ଦେଖେଇ ବାକୁ ରାହା !
କେବେ ପୁଣି ସାଜି ତୁହି
ବାରିଧର ଜଳବିନ୍ଦୁ
ମୋ ଆତ୍ମାର ମରୁଦେଶେ
ବରଷି ଯା...
ଲୁହ ପୋଛି ହସିବି ମୁଁ
ପୁଣି ବାଟ ଚାଲିବି ମୁଁ,
ଯିବାକୁ ଅଛି ପଥ ବହୁ ଦୂର
ଦୁର୍ଗମ, କାନନ ଓ କାନ୍ତର |
ନାହିଁକେହି ସାଥେ ଚାଲିବାକୁ
ଯାହାକୁ କହିବି ସାଥୀ ମୋର...
ସାଥୀ କେବେ ଆସିବୁ
ତୁ ଥରେ କହିଯା,
ଅଶାନ୍ତ ଝଡ ହେବ ଶାନ୍ତ
କୂଳେ ଲାଗିବ ମୋ ଜୀବନ ନାଁ !!!
ସତ୍ୟରଞ୍ଜନ ଦାସ, ଦେଓକରଣ ବିଦ୍ୟାପୀଠ, ଲାଠିକଟା, ସୁନ୍ଦରଗଡ
ମୋ: 9090740501
